BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଶା ୨୦୩୬ ଆଡକୁ ଅଗ୍ରସର ହେଉଥିବାରୁ, ପର୍ଯ୍ୟାପ୍ତ ଋଣର ଭୂମିକା ଗୁରୁତ୍ୱପୂର୍ଣ୍ଣ-ଉନ୍ନୟନ କମିଶନର

୧୭୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (SLBC) ବୈଠକ

ଭୁବନେଶ୍ୱର :  ୧୭୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ (SLBC) ଏବଂ ଓଡ଼ିଶାର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ସାକ୍ଷରତା ଉପରେ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର  ବୈଠକ ୨୩ ମଇ, ୨୦୨୫ରେ ଅନୁଷ୍ଠିତ ହୋଇଥିଲା।

  • ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,ସମସ୍ତ ବ୍ୟାଙ୍କଗୁଡ଼ିକୁ ୨୦୨୫୨୬ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଥିବା .୫୨ଲକ୍ଷ କୋଟି ଟଙ୍କାର ବାର୍ଷିକ ଋଣ ଲକ୍ଷ୍ୟ ଶତ ପ୍ରତିଶତ ହାସଲ କରିବାକୁ ପରାମର୍ଶଦେଇଛନ୍ତି
  • କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(MSME) କ୍ଷେତ୍ର, ଗୃହ, ଶିକ୍ଷାକ୍ଷେତ୍ରକୁ ଋଣ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି।
  • ରାଜ୍ୟରେ ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତାଯୋଜନାକୁପ୍ରଚଳିତ କରିବା ପାଇଁ ବ୍ୟାଙ୍କଗୁଡ଼ିକର ସମର୍ଥନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
  • ମହିଳା, ଅନୁସୂଚିତ ଜାତି ଓ ଜନଜାତି ଏବଂ ଦୁର୍ବଳ ବର୍ଗ ସମେତ ରାଜ୍ୟର ସମସ୍ତ ଅଞ୍ଚଳକୁ ସମୟୋଚିତ ଏବଂ ପର୍ଯ୍ୟାପ୍ତ ଋଣ ପ୍ରଦାନ
  • ୩ଟି ଶ୍ରେଷ୍ଠ କାର୍ଯ୍ୟକ୍ଷମ ବ୍ୟାଙ୍କ ଏବଂ ଜଣ ଅଗ୍ରଣୀ ଜିଲ୍ଲା ପରିଚାଳକ (LDM)ଙ୍କୁ ପୁରସ୍କୃତ କରାଯାଇଛି।

ଉନ୍ନୟନ କମିଶନରତଥା ଅତିରିକ୍ତ ମୁଖ୍ୟ ଶାସନସଚିବ, ଶ୍ରୀମତୀ ଅନୁ ଗର୍ଗ ତାଙ୍କ ଉଦଘାଟନୀ ଭାଷଣରେ ସମସ୍ତ ବ୍ୟାଙ୍କଗୁଡ଼ିକୁ ୨୦୨୫-୨୬ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଥିବା ୨.୫୨ଲକ୍ଷ କୋଟି ଟଙ୍କାରବାର୍ଷିକ ଋଣ ଲକ୍ଷ୍ୟ ଶତ ପ୍ରତିଶତ ହାସଲ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ୨୦୩୬ ଆଡକୁ ଅଗ୍ରସର ହେଉଥିବାରୁ, ପର୍ଯ୍ୟାପ୍ତ ଋଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ତେଣୁ ରାଜ୍ୟର ସମସ୍ତ ଅଞ୍ଚଳରେ ମହିଳା, ଅନୁସୂଚିତ ଜାତି ଓ ଜନଜାତି ଏବଂ ଦୁର୍ବଳ ବର୍ଗ ସମେତ ସମସ୍ତ ବର୍ଗକୁ ସମୟୋଚିତ ଏବଂ ପର୍ଯ୍ୟାପ୍ତ ଋଣ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ ବ୍ୟାଙ୍କମାନଙ୍କୁ ସମ୍ପ୍ରତି ଆରମ୍ଭ ହୋଇଥିବା “ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା” ଯୋଜନାକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ, ଯାହାର ଲକ୍ଷ୍ୟ ରାଜ୍ୟର ଅମଳ ପରବର୍ତ୍ତୀ କ୍ଷତିକୁ କମ କରିବା ।

ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଭି.ଏନ୍. କାମ୍ବଲେ କୃଷି କ୍ଷେତ୍ରରେ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟାଙ୍କମାନଙ୍କୁ ପ୍ରଶଂସା କରିଥିଲେ, କିନ୍ତୁସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକ୍ଷେତ୍ରରେ ACP ହାସଲ ହୋଇନଥିବାରୁ ନିଜର ଚିନ୍ତା ପ୍ରକାଶ କରିଥିଲେ।

କୃଷି ଏବଂ ଆର୍ଥିକ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ନୂତନ ଭାବରେ ଆରମ୍ଭ ହୋଇଥିବା ଯୋଜନା “ଶୀତଳ ଭଣ୍ଡାରକୁ ଆର୍ଥିକ ସହାୟତା”ରେ ଅଂଶଗ୍ରହଣ କରିବା ପାଇଁ ସମସ୍ତ ବ୍ୟାଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ କୃଷି ଓଆନୁସଙ୍ଗିକକ୍ଷେତ୍ର ଅଧୀନରେ ଉଦ୍ୟୋଗୀତାକୁ ସମର୍ଥନ କରିବାକୁ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଥିଲେ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ଵତ ମିଶ୍ର PMEGP, PMFME, PMSVANidhi ଭଳି ସରକାରୀ ପ୍ରାୟୋଜିତ ଯୋଜନାରେ ଘରୋଇ ବ୍ୟାଙ୍କଗୁଡ଼ିକର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ। PMJJBY ଏବଂ PMSBY ଅଧୀନରେ ବୀମା ଦାବିଗୁଡ଼ିକର ସମୟାନୁବର୍ତ୍ତୀ ସମାଧାନ ପାଇଁ ସେ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଥିଲେ।

ଆଞ୍ଚଳିକ ନିର୍ଦ୍ଦେଶକ, ଆରବିଆଇ(RBI), ଭୁବନେଶ୍ୱର, ଡକ୍ଟର ଶାରଦାପ୍ରସନ୍ନ ମହାନ୍ତି ଜିଲ୍ଲା ସ୍ତରରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସମସ୍ୟାର ସମାଧାନ ପାଇଁ “ଟାଉନ ହଲ ବୈଠକ” ଆୟୋଜନ କରିବାରେ ଅଗ୍ରଣୀ ଜିଲ୍ଲା ପରିଚାଳକ (LDM)ମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।

ଉକ୍ତକମିଟି ବୈଠକରେ ଶ୍ରୀମତୀ ଉଷା ପାଢୀ (ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ), ଶ୍ରୀ ସୁରେଶ କୁମାର ବଶିଷ୍ଠ (ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ), ସଂଯୋଜକ (ଏସଏଲବିସି), ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ, NABARAD, RBI ଏବଂ ସମସ୍ତ ବ୍ୟାଙ୍କରଆଞ୍ଚଳିକ ନିୟନ୍ତ୍ରଣ ମୁଖ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।