BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଦେଶର ବିକାଶ ପ୍ରକ୍ରିୟାରେ ମହିଳା ଯୁବଶକ୍ତିର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ "ବିକଶିତ ଭାରତ- ଯୁବ ସଂଯୋଜନା" କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର :  ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ବ୍ୟୁରୋ ଆନୁକୂଲ୍ୟରେ “ବିକଶିତ ଭାରତ- ଯୁବ ସଂଯୋଜନା” କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ବିକାଶ ପ୍ରକ୍ରିୟାରେ ମହିଳା ଯୁବଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ। ସେ ମହିଳାମାନଙ୍କୁ ଦେଶ ଗଠନ ନିମନ୍ତେ ଅଧିକ ଜାଗ୍ରତ ଓ କର୍ମତତ୍ପର ହେବାକୁ ଆହ୍ୱାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେବା ସହ ସ୍ୱେଚ୍ଛାସେବୀଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ରାଜ୍ୟ NSS ଅଧିକାରୀ ଡକ୍ଟର ରମେଶ ଚନ୍ଦ୍ର ବେହେରା ବିକଶିତ ଭାରତର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବା ବେଳେ, ଯୁବ ଅଧିକାରୀ ଶ୍ରୀ ଅଜିତ ଖୁସୱା ‘ମୋ ଭାରତ’ ପୋର୍ଟାଲରେ ପଞ୍ଜିକରଣ ସମ୍ବନ୍ଧରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।

ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜିକା ପ୍ରଫେସର ଅଲିଭା ମହାନ୍ତିଙ୍କ ସ୍ୱାଗତ ଭାଷଣ ଏବଂ ୟୁନିଟ-୧ର ଅଧିକାରୀ ଡକ୍ଟର ଗୀତାଞ୍ଜଳି ନାୟକଙ୍କ ଧନ୍ୟବାଦ ଅର୍ପଣ ସହ ସ୍ୱେଚ୍ଛାସେବୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ସଭା ପରିଚାଳନା କରିଥିଲେ। ଏହି ଆୟୋଜନରେ ୟୁନିଟ-୨ର ଅଧିକାରୀ ବି.ଆର ଆଭା ଆୟୁଶ୍ରୀ ଓ ଅନ୍ୟ ସ୍ୱେଚ୍ଛାସେବୀମାନେ ପ୍ରମୁଖ ସହଯୋଗ କରିଥିଲେ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ୩୦ଟି ମହାବିଦ୍ୟାଳୟରୁ ୧୩୦ରୁ ଅଧିକ NSS ସ୍ୱେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ଏଥିରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିଲେ।