ଭୁବନେଶ୍ୱର/ପୁରୀ : ମହାପ୍ରଭୁଙ୍କ ଘୋଷଯାତ୍ରାରେ ଜନସମୁଦ୍ର ସତ୍ତ୍ୱେ ସୁଚାରୁରୂପେ ଅଘଟଣ-ଶୂନ୍ୟ ସମ୍ପାଦିତ ହୋଇଛି ଏବଂ କେହି ମୃତାହତ ହୋଇନାହାନ୍ତି। ରଥ ଯାତ୍ରାରେ ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ଅତି ଶୃଙ୍ଖଳିତ ଭାବେ ଭିଡ଼ ଓ ଟ୍ରାଫିକ ପରିଚାଳନା କରି ଓଡିଶା ପୋଲିସ ପ୍ରସଂଶିତ ହୋଇଛି।

ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ସବୁଠାରୁ ବଡ଼ କଥା ହେଲା ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନାରେ ଓଡିଶା ପୋଲିସ ଗୁରତ୍ବପୁର୍ଣ୍ଣ ଭୂମିକା ନିର୍ବାହ କରୁଛି । ଚଳିତବର୍ଷ ଅନୁକୂଳ ପାଗ ଯୋଗୁ ଆଶାଠାରୁ ଯଥେଷ୍ଟ ସଂଖ୍ୟକ ଶ୍ରଦ୍ଧାଳୁ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ପହଞ୍ଚିଥିଲେ। ଓଡ଼ିଶା ପୋଲିସର ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ମହାପ୍ରଭୁଙ୍କ ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପାଦିତ ହୋଇଛି।

ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ଯେ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରେ ଜିରୋ କାଜୁଆଲିଟି ଥିଲା ଆମର ଲକ୍ଷ୍ୟ। ମାନ୍ୟବର ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ସେବା ଓ ସୁରକ୍ଷା ନୀତିକୁ ପାଥେୟ କରି ମହାପ୍ରଭୁଙ୍କ ତିନି ରଥକୁ ଶରଧାବାଲିରେ ପହଞ୍ଚାଇବାରେ ସଫଳ ହୋଇଛୁ। ଓଡ଼ିଶା ପୋଲିସ ଦ୍ୱାରା ନିୟୋଜିତ ସୁରକ୍ଷା କର୍ମୀଙ୍କ କର୍ତ୍ତବ୍ୟ ନିଷ୍ଠା,ଦୃଢ଼ ମନୋବଳ, ଦାୟିତ୍ୱବୋଧତା ସମୟୋଚିତ୍ତ ଭିଡ଼ ପରିଚାଳନା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଜରୁରୀକାଳୀନ ସେବା ପ୍ରଦାନ ଯୋଗୁଁ ଭକ୍ତମାନେ ଶାନ୍ତି ଓ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରିଛନ୍ତି।
ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରେ #ZeroCasualty ଥିଲା ଆମର ଲକ୍ଷ୍ୟ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ସେବା ଓ ସୁରକ୍ଷା ନୀତିକୁ ପାଥେୟ କରି ମହାପ୍ରଭୁଙ୍କ ତିନି ରଥକୁ ଶରଧାବାଲିରେ ପହଞ୍ଚାଇବାରେ ସଫଳ ହୋଇଛୁ।
ଓଡ଼ିଶା ପୋଲିସ ଦ୍ୱାରା ନିୟୋଜିତ ସୁରକ୍ଷା କର୍ମୀଙ୍କ କର୍ତ୍ତବ୍ୟ ନିଷ୍ଠା,ଦୃଢ଼ ମନୋବଳ,… pic.twitter.com/WmUUIkYrL4
— Odisha Police (@odisha_police) June 28, 2025
ମହାପ୍ରଭୁଙ୍କ ରଥଯାତ୍ରାର ଦ୍ଵିତୀୟ ଦିନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଟାଣିଥିଲେ। ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ସାମିଲ ହୋଇଥିଲେ।
ଜୟ ଜଗନ୍ନାଥ!!!
ମହାପ୍ରଭୁଙ୍କ ରଥଯାତ୍ରାର ଦ୍ଵିତୀୟ ଦିନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଟାଣିଥିଲେ। ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ମଧ୍ୟ ସାମିଲ ହୋଇଥିଲେ। #RathYatra2025 pic.twitter.com/CIc7S6rRtV
— Odisha Police (@odisha_police) June 28, 2025
ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରେ ଜିରୋ କାଜୁଆଲିଟି ଥିଲା ଆମର ଲକ୍ଷ୍ୟ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ସେବା ଓ ସୁରକ୍ଷା ନୀତିକୁ ପାଥେୟ କରି ମହାପ୍ରଭୁଙ୍କ ତିନି ରଥକୁ ଶରଧାବାଲିରେ ପହଞ୍ଚାଇବାରେ ସଫଳ ହୋଇଛୁ।
ଓଡ଼ିଶା ପୋଲିସ ଦ୍ୱାରା ନିୟୋଜିତ ସୁରକ୍ଷା କର୍ମୀଙ୍କ କର୍ତ୍ତବ୍ୟ ନିଷ୍ଠା,ଦୃଢ଼ ମନୋବଳ, ଦାୟିତ୍ୱବୋଧତା ସମୟୋଚିତ୍ତ ଭିଡ଼ ପରିଚାଳନା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଜରୁରୀକାଳୀନ ସେବା ପ୍ରଦାନ ଯୋଗୁଁ ଭକ୍ତମାନେ ଶାନ୍ତି ଓ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରିଛନ୍ତି। ଜନସମୁଦ୍ର ସତ୍ତ୍ୱେ ସୁଚାରୁରୂପେ ସମ୍ପାଦିତ ହୋଇଛି ଅଘଟଣ-ଶୂନ୍ୟ ଏବଂ ‘ଶୂନ ମୃତାହତ’ର ଲକ୍ଷ୍ୟ ପୁରାଣ ହୋଇଛି।
ରଥଯାତ୍ରାରେ ପୁରୀରେ ଅଭୂତପୂର୍ବ ଭିଡ଼ ପରିଲକ୍ଷିତ ହୋଇଛି। ତେବେ ମହାପ୍ରଭୁଙ୍କ କୃପା ଏବଂ ଓଡିଶା ପୋଲିସର ପ୍ରତିଟି ଅଧିକାରୀ, କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କୌଣସି ବଡ଼ ଅଘଟଣ ଘଟିନାହିଁ କିମ୍ବା କେହି ମୃତାହତ ହୋଇନାହାନ୍ତି।
ମହାପ୍ରଭୁଙ୍କ ରଥଯାତ୍ରାର ଦ୍ଵିତୀୟ ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ବରିଷ୍ଠ ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରୁଛନ୍ତି।#RathaYatra2025 pic.twitter.com/RxNBy19AZi
— Odisha Police (@odisha_police) June 28, 2025
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ଟ୍ରାଫିକ୍ ପରିଚାଳନା, ଶୃଙ୍ଖଳିତ ରଥ ଟଣା ଆଦି କ୍ଷେତ୍ରରେ ନିଷ୍ଠା ଏବଂ ଦୃଢ଼ ନେତୃତ୍ୱର ଉଦାହରଣ ଦେଇଛନ୍ତି ଓଡିଶା ମହିଳା ପୋଲିସ। ମହାପ୍ରଭୁଙ୍କ ଏହି ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାରେ ମହିଳା ପୋଲିସଙ୍କ ଉଦ୍ୟମ ବେଶ୍ ପ୍ରସଂଶନୀୟ।
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ଟ୍ରାଫିକ୍ ପରିଚାଳନା, ଶୃଙ୍ଖଳିତ ରଥ ଟଣା ଆଦି କ୍ଷେତ୍ରରେ ନିଷ୍ଠା ଏବଂ ଦୃଢ଼ ନେତୃତ୍ୱର ଉଦାହରଣ ଦେଇଛନ୍ତି ଓଡିଶା ମହିଳା ପୋଲିସ | ମହାପ୍ରଭୁଙ୍କ ଏହି ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାରେ ମହିଳା ପୋଲିସଙ୍କ ଉଦ୍ୟମ ବେଶ୍ ପ୍ରସଂଶନୀୟ | #RathYatra2025 pic.twitter.com/wekD0d23xC
— Odisha Police (@odisha_police) June 28, 2025
ମହାପ୍ରଭୁଙ୍କ ରଥଯାତ୍ରାର ଦ୍ଵିତୀୟ ଦିନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଟାଣିଥିଲେ। ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ମଧ୍ୟ ସାମିଲ ହୋଇଥିଲେ।
ମହାପ୍ରଭୁଙ୍କ ରଥଯାତ୍ରାର ଦ୍ଵିତୀୟ ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବରିଷ୍ଠ ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରୁଛନ୍ତି।
ପୁରୀ ବେଳାଭୂମିରେ ମାଆ ଠାରୁ ବିଚ୍ଛିନ୍ନ ହୋଇଯାଇଥିବା ଏକ ନାବାଳକକୁ ତୁରନ୍ତ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ନିଜ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିଥିଲା ପୋଲିସ। ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ଏକ ସୁଖଦ ଅନୁଭୁତି ପ୍ରଦାନ କରିବାକୁ ଆମେ ସବୁବେଳେ ତତ୍ପର। ଜରୁରୀ କାଳୀନ ସହାୟତା ପାଇଁ ୧୧୨କୁ ଡାଏଲ କରନ୍ତୁ।
ପୁରୀ ବେଳାଭୂମିରେ ମାଆ ଠାରୁ ବିଚ୍ଛିନ୍ନ ହୋଇଯାଇଥିବା ଏକ ନାବାଳକକୁ ତୁରନ୍ତ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ନିଜ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିଥିଲା ପୋଲିସ।
ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ଏକ ସୁଖଦ ଅନୁଭୁତି ପ୍ରଦାନ କରିବାକୁ ଆମେ ସବୁବେଳେ ତତ୍ପର।
ଜରୁରୀ କାଳୀନ ସହାୟତା ପାଇଁ 112କୁ ଡାଏଲ କରନ୍ତୁ।… pic.twitter.com/WuhUXDZ8C7
— Odisha Police (@odisha_police) June 26, 2025
ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଚଳିତବର୍ଷ ପୁଲିସ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍ କରାଯାଇଛି। ଏହି ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରା ଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍ ଜାମ୍ ସମସ୍ୟାର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ। ସେହିପରି ଆଣ୍ଟି ଡ୍ରୋନ୍ ସିଷ୍ଟମ୍, ବହୁ ସଂଖ୍ୟାରେ ଆଣ୍ଟି ସାବୋଟାଜ୍ ଟିମ୍, ଡଗ୍ ସ୍କ୍ବାଡ୍ ମୁତୟନ ରହିଛି।
ସେହିପରି ଚଳିତବର୍ଷ ୨୧ ଆଇପିଏସ୍, ୧୨ଶହ ଅଫିସରଙ୍କ ସହିତ ୨୦୫ ପ୍ଲାଟୁନ୍ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି। ଜଳପଥ ତଟ ସୁରକ୍ଷା ପାଇଁ ମେରାଇନ୍ ପୁଲିସ ଟିମ୍, କୋଷ୍ଟଗାର୍ଡ, ନୌବାହିନୀ (ନାଭାଲ୍)ର ପାଟ୍ରୋଲିଂ ରହିବ। କୋଷ୍ଟଗାର୍ଡର ଆଉ ଏକ ଟିମ୍ ଆକାଶମାର୍ଗରୁ ସମୁଦ୍ରକୂଳକୁ ତୀକ୍ଷ୍ଣ ନଜର ରଖିବେ। ଟ୍ରାଫିକ୍ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ପାଇଁ ଏକ ନୂଆ ଆପ୍ ଖୋଲାଯିବ। ଏହି ଆପ୍ ମାଧ୍ୟମରେ ଲୋକମାନେ ଯା’ଆସ କରିବାକୁ ଅନୁରୋଧ କରାଯାଇଛି।
ଆପଣଙ୍କ ସୁରକ୍ଷା ଆମର ପ୍ରାଥମିକତା।
ଜରୁରୀକାଳୀନ ସହାୟତା ପାଇଁ ନିମ୍ନ ଲିଖିତ ନମ୍ବରକୁ କଲ କରନ୍ତୁ। pic.twitter.com/qy6xU0U2PV— Odisha Police (@odisha_police) June 27, 2025