BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସ୍ମାର୍ଟ ତାଲିମ ମାଧ୍ୟମରେ ସ୍ମାର୍ଟ ହେବେ ଅଙ୍ଗନବାଡି କର୍ମୀ

ମହିଳା ଓ ଶିଶୁ ବିକାଶ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

  • ରାଜ୍ୟ ମହିଳା ଆୟୋଗର ୱେବସାଇଟ ଢାଞ୍ଚା ପ୍ରସ୍ତୁତ ଓ ନିୟୁଜ ଲେଟର ଉନ୍ମୋଚନ
  • ନିର୍ଭୟା ପାଣ୍ଠିକୁ ବ୍ୟବହାର କରି ମହିଳା ହିଂସା ରୋକିବା ଉପରେ ଫୋକସ
  • ସୁଭଦ୍ରା ସମବେଦନା ଯୋଜନାର ରୂପରେଖ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଲୋକସେବା ଭବନସ୍ଥିତ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର କାର୍ଯ୍ୟାଳୟରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗର ନୂତନ ୱେବସାଇଟର ଢାଞ୍ଚା ପ୍ରସ୍ତୁତିର ସମୀକ୍ଷା କରିବା ସହ ମହିଳା ଆୟୋଗର ନ୍ୟୁଜ୍ ଲେଟରର ଉନ୍ମୋଚନ କରିଛନ୍ତି । ଯେପରି ଗ୍ରାମାଞ୍ଚଳର ଲୋକମାନେ ୱେବସାଇଟକୁ ସହଜରେ ବ୍ୟବହାର କରିପାରିବେ ସେହିପରି ଭାବେ ୱେବସାଇଟକୁ ସରଳ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁତ୍ଵ ଦେଇଛନ୍ତି।

ଏହାସହ ସୁଭଦ୍ରା ସମବେଦନା ଯୋଜନାର ରୂପରେଖ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ପ୍ରଭାତୀ ପରିଡା ସମୀକ୍ଷା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଆତ୍ମରକ୍ଷା କୋଶଳ, ମାନସିକ ସ୍ବାସ୍ଥ୍ୟ, ସ୍ବଚ୍ଛତା ଓ ବ୍ୟାପକ ଜନସଚେତନତା ଉପରେ ପ୍ରଭାତୀ ପରିଡା ଗୁରୁତ୍ବାରୋପ କରିଥିଲେ। ବିଶେଷକରି ନିର୍ଭୟା ପାଣ୍ଠିକୁ ବ୍ୟବହାର କରି ମହିଳା ହିଂସା ରୋକିବା ଉପରେ ସେ ଆଲୋକପାତ କରିଥିଲେ। ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ସ୍ମାର୍ଟ ତାଲିମ ପ୍ରଦାନ କରିବା ଉପରେ ଆଲୋଚନା କରାଯାଇଥିଲା। ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ କାର୍ଯ୍ୟ କରିବା ନିମନ୍ତେ ତାଲିମ ଦେଇ ସ୍ମାର୍ଟ ଅଙ୍ଗନବାଡି କର୍ମୀ ସୃଷ୍ଟି କରାଯିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ସମାଜ କଲ୍ୟାଣ ବୋର୍ଡରେ ଏନଜିଓ ମାନଙ୍କୁ ତାଲିକାଭୁକ୍ତ କରିବା ପାଇଁ ଆପ୍ଲିକେସନ ଢାଞ୍ଚା ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।