BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପଶ୍ଚିମ ଓଡ଼ିଶାର ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ପ୍ରତି ପଶ୍ଚିମ ଓଡ଼ିଶାରେ ଚାଲୁଥିବା ପୂର୍ତ୍ତ ବିଭାଗ ଅଧୀନରେ ଚାଲୁଥିବା ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏହି ସମୀକ୍ଷା ବେଳେ ପୂର୍ତ୍ତ, ଆଇନ ତଥା ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଉପସ୍ଥିତ ଥିଲେ।

ପଶ୍ଚିମ ଓଡ଼ିଶା ଵିଶେଷ କରି ବଲାଙ୍ଗୀର ଓ ସୋନପୁର ଠାରେ ଚାଲିଥିବା ରାସ୍ତା, ବ୍ରିଜ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । ଏଥିରେ ବଲାଙ୍ଗୀର, ସୋନପୁର, ପାଟଣାଗଡ଼ ବାଇପାସ୍ ଇତ୍ୟାଦି ରହିଛି। କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରି ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିଛିଦିନ ପୂର୍ବରୁ ଦିଲ୍ଲୀ ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହି ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଠାରୁ ଉପରୋକ୍ତ ପ୍ରକଳ୍ପର ପରିବେଶ ମଞ୍ଜୁରୀ ପ୍ରାପ୍ତ କରାଇଥିଲେ । ଏହି ସବୁ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହେଲେ ପଶ୍ଚିମ ଓଡିଶାର ଲୋକେ ଯାତାୟାତ ତଥା ପରିବହନରେ ବିଶେଷରୂପେ ଉପକୃତ ହୋଇପାରିବେ ଏବଂ ଏହା ସ୍ଥାନୀୟ ଅଞ୍ଚଳକୁ ଏକ ଆଧୁନିକ ଢାଞ୍ଚା ପ୍ରଦାନ କରିବ।

ରାସ୍ତା ସମ୍ପ୍ରସାରଣ କରି ଚାରି ଥାକିଆ କରିବା ବା ନୂତନ ଭାବେ ରାସ୍ତା ନିର୍ମାଣ ସମୟରେ ସେହି ସ୍ଥାନରେ ଥିବା ବୃକ୍ଷ ଗୁଡିକୁ ନ କାଟି ଏହାର ପ୍ରତିରୋପଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ। ସମୀକ୍ଷା ବୈଠକରେ ପୂର୍ତ୍ତ ବିଭାଗ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।