ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଅଭାବନୀୟ ଘଟଣାରେ ବାଲିପାଟଣା ବ୍ଲକର ଅଠାନ୍ତର ଗ୍ରାମର ନିବାସୀ ପ୍ରଭାତୀ ଦାସଙ୍କର ପରଲୋକ ଘଟିଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଅଠାନ୍ତରସ୍ଥିତ ତାଙ୍କ ବାସଭବନ ଯାଇ ତାଙ୍କ ପରିବାରର ଗୁରୁଜନଙ୍କ ସମେତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଅଭାବନୀୟ ଘଟଣାରେ ବାଲିପାଟଣା ବ୍ଲକର ଅଠାନ୍ତର ଗ୍ରାମର ନିବାସୀ ପ୍ରଭାତୀ ଦାସଙ୍କର ପରଲୋକ ଘଟିଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ନିର୍ଦ୍ଦେଶ କ୍ରମେ, ଆଜି ଅଠାନ୍ତରସ୍ଥିତ ତାଙ୍କ ବାସଭବନ ଯାଇ ତାଙ୍କ ପରିବାରର ଗୁରୁଜନଙ୍କ ସମେତ ପରିବାରବର୍ଗଙ୍କୁ ସମବେଦନା… pic.twitter.com/SPF6Y1DRoL
— Pravati Parida (@PravatiPOdisha) July 1, 2025
ଏହି ଅବସରରେ ତାଙ୍କ ଝିଅ ଶୀର୍ଷା ଦାସଙ୍କୁ ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ସେ ପ୍ରଦାନ କରିଛନ୍ତି। ଏହି ଦୁଃଖଦ ସମୟରେ ମହାପ୍ରଭୁ ତାଙ୍କ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।