BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିକାଶ ଅଟକିବ ନାହିଁ, ଡବଲ ଇଞ୍ଜିନ ସରକାର ଦ୍ୱାରା ବିକାଶ ହେବ ୪ ଗୁଣା

ଭଦ୍ରକ ଜିଲ୍ଲାସ୍ତରୀୟ ବିକାଶ ମେଳାରେ ଯୋଗ ଦେଲେ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ଭଦ୍ରକ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଗତ ୧୨ ତାରିଖରୁ ଭଦ୍ରକ ଜିଲ୍ଲାସ୍ଥିତ ନେହେରୁ ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆରମ୍ଭ କରାଯାଇଥିବା ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ଉତ୍ସବ ୨୦୨୫ ର ଷଷ୍ଠ ଦିନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିକଶିତ ଓଡିଶା ଓ ବିକଶିତ ଭଦ୍ରକ ଗଠନରେ ସରକାରଙ୍କ ଆଭିମୁଖ୍ୟ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ।

ମୋହନ ସରକାରଙ୍କ ଦ୍ୱାରା ବିକାଶର ଧାରା ଆରମ୍ଭ ହୋଇସାରିଛି। କୌଣସି ପରିସ୍ଥିତିରେ କେହି ଏହାକୁ ରୋକିପାରିବେ ନାହିଁ.ଦୁଇଟି ଇଞ୍ଜିନ ରେ ଲୋକଙ୍କ ବିକାଶର ଗତି ବଢିବ ବୋଲି ସେ ମତ ପ୍ରକାଶ କରିଥିଲେ। ବିକାଶରେ ମହିଳାମାନଙ୍କ ଭାଗିଦାରୀ ଅନନ୍ୟ। ମହିଳାମାନେ ହିଁ ଅଧିକ ପ୍ରତିଶ୍ରୁତିବଦ୍ଧ। ସେମାନଙ୍କ ଶକ୍ତିକୁ ମା ସୁଭଦ୍ରାଙ୍କ ଶକ୍ତିରେ ରୂପାୟନ କରାଯିବ। ଗାଁ ଗାଁ ରେ ଲକ୍ଷପତି ଦିଦିମାନଙ୍କ ସଂଖ୍ୟା ବହୁ ଗୁଣରେ ବଢିବ ବୋଲି ଶ୍ରୀମତୀ ପରିଡା ଦୃଢ଼ ମତ ରଖିଥିଲେ।

ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ପ୍ରତି ବ୍ଲକରେ ଷ୍ଟାଡିୟମ ନିର୍ମାଣ, ରାସ୍ତା, ପାନୀୟ ଜଳ, ଶ୍ମଶାନ ନିର୍ମାଣ ପାଇଁ ବ୍ୟୟ ବରାଦ, ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ପାରମ୍ପରିକ ଖାଦ୍ୟମେଳାର ବିଜେତାମାନଙ୍କୁ ବ୍ୟବସାୟ କରିବାର ସୁଯୋଗ ପ୍ରଦାନ ଆଦି ସମ୍ବନ୍ଧରେ ଶ୍ରୀମତୀ ପରିଡା ସୁବିସ୍ତୃତ ଆଲୋଚନା କରିବା ସହିତ ଭଦ୍ରକ ଜିଲ୍ଲାର ବିକାଶ ପାଇଁ ପ୍ରଦତ୍ତ ବିଭିନ୍ନ ଆବଣ୍ଟନ ସମ୍ବନ୍ଧରେ ଅବଗତ କରାଇଥିଲେ। ଭଦ୍ରକ ଜିଲ୍ଲାର ଗାଁ ଗାଁ ରେ ଥିବା ଶକ୍ତି ପୀଠକୁ ପର୍ଯ୍ୟଟନ ବିଭାଗ ଦ୍ୱାରା ବିକଶିତ କରାଯାଇ ଶକ୍ତି କରିଡରରେ ପରିଣିତ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ଭଦ୍ରକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବର୍ଷ ଏକ ଉପଲବ୍ଧି ଅନେକର ଜିଲ୍ଲାସ୍ତରୀୟ ଏହି ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠି ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇଥିଲେ।