BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜୀବନର ପ୍ରଥମ ୧,୦୦୦ ଦିନ ମଧ୍ୟରେ ପ୍ରାୟ ୮୫ ପ୍ରତିଶତ ଶିଶୁର ମସ୍ତିଷ୍କ ବିକାଶ ଘଟେ

କ୍ରେଚ ( ଶିଶୁ ସଦନ) ଉପରେ ଦୁଇଦିନିଆ କର୍ମଶାଳା ଶୁଭାରମ୍ଭ

ଭୁବନେଶ୍ୱର: ମହିଳା ଏବଂ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଏବଂ ଭାରତୀୟ ମାନବ ବସତି ପ୍ରତିଷ୍ଠାନ, ବାଙ୍ଗାଲୋର ଓ ପ୍ରାରମ୍ଭିକ ଶୈଶବ, କ୍ରେଚ (ଶିଶୁ ସଦନ)ଏବଂ ଶିକ୍ଷା, ମାତୃ, ନବଜାତ ଏବଂ ଶିଶୁ ସ୍ୱାସ୍ଥ୍ୟର ଅନ୍ୟାନ୍ୟ ବୈଷୟିକ ବିଶେଷଜ୍ଞଙ୍କ ସହଯୋଗରେ ଭୁବନେଶ୍ୱରରେ  ଏକ ଦୁଇ ଦିନିଆ ପରାମର୍ଶ ବୈଠକ-ତଥା-କର୍ମଶାଳା ଆୟୋଜିତ ହୋଇଛି । ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏହି ବୈଠକ-ସହ-କର୍ମଶାଳାର ଉଦଘାଟନ କରିଥିଲେ ।

ଏହି ଅବସରରେ ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ  ଶୁଭା ଶର୍ମା କହିଲେ ଯେ ମହିଳାଙ୍କ ଶ୍ରମଶକ୍ତି ଅଂଶଗ୍ରହଣକୁ ବୃଦ୍ଧି କରିବା ହେଉଚି ପ୍ରମୁଖ ପ୍ରାଥମିକତା। ପାଲ୍‌ନା ପଦକ୍ଷେପ ଏହି ପ୍ରୟାସରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରେ। ଏହା ଦ୍ୱାରା କର୍ମଜୀବୀ ମା’ମାନେ ନିରାପଦ, ନିର୍ଭରଯୋଗ୍ୟ ଏବଂ ପାଳନପୋଷଣକାରୀ ଶିଶୁ ଯତ୍ନ ସୁବିଧା ପାଇପାରିବେ। ଜୀବନର ପ୍ରଥମ ୧,୦୦୦ ଦିନ ମଧ୍ୟରେ ପ୍ରାୟ ୮୫ ପ୍ରତିଶତ ଶିଶୁର ମସ୍ତିଷ୍କ ବିକାଶ ଘଟେ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ସମୟ ମଧ୍ୟରେ ଏକ ସୁରକ୍ଷିତ ଏବଂ ଉତ୍ସାହଜନକ ପରିବେଶ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ।

କେବଳ ଶିଶୁର ସାମଗ୍ରିକ ବିକାଶ ପାଇଁ ନୁହେଁ ବରଂ ମହିଳାମାନଙ୍କୁ ଆର୍ଥିକ ଏବଂ ବୃତ୍ତିଗତ କାର୍ଯ୍ୟରେ ଅର୍ଥପୂର୍ଣ୍ଣ ଭାବରେ ନିୟୋଜିତ କରିବାକୁ ସକ୍ଷମ କରିବା ପାଇଁ ବିଭାଗ ଏପରି ସାଂସ୍ଥାଗତ ସହାୟତାକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ । ଏହା ଦ୍ୱାରା ମହିଳାମାନେ ରାଜ୍ୟର ପ୍ରଗତିରେ ଯୋଗଦାନ ଦେଇପାରିବେ ଏବଂ ସେମାନଙ୍କ ପିଲାମାନେ ଜୀବନରେ ସର୍ବୋତ୍ତମ ସୁବିଧା ପାଇବେ ବୋଲି ପ୍ରମୁଖ ସଚିବ ଶୁଭା ଶର୍ମା କହିଥିଲେ।

ଏହି କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ, ଆଇସିଡିଏସ୍‌ର ଅତିରିକ୍ତ ଶାସନ ସଚିବ, ଶିଶୁ କଲ୍ୟାଣର ଅତିରିକ୍ତ ଶାସନ ସଚିବ, ମହିଳା ସଶକ୍ତିକରଣ ଆଡଭୋକେସିର ଅତିରିକ୍ତ ଶାସନ ସଚିବ, ତାଲିମ ଏବଂ ସମନ୍ୱୟ ବିଭାଗର ଅତିରିକ୍ତ ଶାସନ ସଚିବ ଏବଂ ମମତାର ଅତିରିକ୍ତ ଶାସନ ସଚିବ ଏବଂ ଉପଶାସନ ସଚିବ ଉପସ୍ଥିତ ଥିଲେ ।

ଏହି ପରାମର୍ଶ କର୍ମଶାଳାରେ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତିନିଧି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, କାର୍ଯ୍ୟକ୍ରମ ଅଧିକାରୀ, ପର୍ଯ୍ୟବେକ୍ଷକ ଏବଂ ଅଙ୍ଗନବାଡି କର୍ମୀ, ମୋବାଇଲ୍‌ କ୍ରେଚ୍‌ ଏବଂ ଆପ୍ଲାଏଡ୍‌ ସାଇନ୍ସେସ୍‌ ସୋସାଇଟି ର ବିଶେଷଜ୍ଞମାନେ ଏକତ୍ରିତ ହୋଇଥିଲେ ।

ଏହି କର୍ମଶାଳାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ପାଲନା (ପିଏଏଲ୍‌ଏନ୍‌ଏ) ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ଏକ ମାନକ କାର୍ଯ୍ୟକାରିତା ପ୍ରକ୍ରିୟା (ଏସ୍‌ଓପି) ପ୍ରସ୍ତୁତ କରିବା । ଏହି ପରାମର୍ଶ ଏକ ସମନ୍ୱିତ ଢାଞ୍ଚା ଡିଜାଇନ୍‌ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ, ଯାହା ଭାରତ ସରକାରଙ୍କ ପ୍ରଚଳିତ ପାଲନା ନିର୍ଦ୍ଦେଶାବଳୀ ସହିତ ସମକକ୍ଷ ହେବ ଏବଂ ଓଡ଼ିଶାର ପ୍ରାସଙ୍ଗିକ ଆବଶ୍ୟକତାକୁ ପୂରଣ କରିବ ।