BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଡାକ ବିଭାଗ ପକ୍ଷରୁ ଏପିଟି ୨.୦ ଆପ୍ଲିକେସନର ପ୍ରଚଳନ ଘୋଷଣା

ଆସନ୍ତା ୨ ତାରିଖରେ ଆପ୍ଲିକେସନ୍‌ କାର୍ଯ୍ୟକାରିତା ପାଇଁ ବନ୍ଦ ରହିବ ଡାକ କାରବାର

ଭୁବନେଶ୍ବର:  ଡିଜିଟାଲ ରୂପାନ୍ତରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଡାକ ବିଭାଗ ପକ୍ଷରୁ ଏପିଟି ୨.୦ ଆପ୍ଲିକେସନର ପ୍ରଚଳନ ପାଇଁ ଘୋଷଣା କରାଯାଇଛି । ଏପିଟି (ଆଡଭାନ୍ସଡ୍‌ ପୋଷ୍ଟାଲ୍‌ ଟେକ୍ନୋଲୋଜି) ହେଉଛି ଡିଜିଟାଲ୍ ଉତ୍କର୍ଷତା ଏବଂ ରାଷ୍ଟ୍ର ନିର୍ମାଣ ଦିଗରେ ଡାକ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ବୈପ୍ଳବିକ ପରିବର୍ତ୍ତନ। ଆସନ୍ତା ଅଗଷ୍ଟ ୪ ତାରିଖ ଠାରୁ ଏହି ଆଧୁନିକ ତଥା ଉନ୍ନତ ପ୍ରଣାଳୀ ଓଡ଼ିଶା ପରିମଣ୍ଡଳର ସମସ୍ତ ଡାକଘରେ କାର୍ଯ୍ୟକାରୀ ହେବ।

ଏହି ଉନ୍ନତ ଡିଜିଟାଲ୍ ପ୍ଲାଟଫର୍ମକୁ ସୁଗମ ଓ ସୁରକ୍ଷିତ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଆସନ୍ତା ୨ ଅଗଷ୍ଟକୁ କାରବାରମୁକ୍ତ ଦିନ ଭାବରେ ସ୍ଥିର କରାଯାଇଛି। ତେଣୁ ୦୨.୦୮.୨୦୨୫ରେ, ଡାକ ଘରଗୁଡ଼ିକରେ (କଟକ, ବ୍ରହ୍ମପୁର, ସମ୍ବଲପୁର ମୁଖ୍ୟ ଡାକଘର ଏବଂ ଏହା ଅଧୀନରେ ଥିବା ଉପ ଓ ଶାଖା ଡାକଘର ଗୁଡିକୁ ଛାଡି) କୌଣସି ସାର୍ବଜନୀନ କାରବାର କରାଯିବ ନାହିଁ। ଏହି ନୂତନ ଡିଜିଟାଲ୍ ପ୍ଲାଟଫର୍ମରେ ଡାଟା ସ୍ଥାନାନ୍ତର, ପ୍ରଣାଳୀଗତ ବୈଧତା ଏବଂ ଢାଞ୍ଚାଗତ ପ୍ରକ୍ରିୟାକୁ ସହଜ କରିବା ପାଇଁ ଡାକ ସେବାଗୁଡ଼ିକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାର ଆବଶ୍ୟକତା ରହିଛି । ତେଣୁ ଆସନ୍ତା ୨ ତାରିଖ ଦିନ ଡାକ କାରବାର ବନ୍ଦ ରହିବ।

ଏପଟି ଆପ୍ଲିକେସନର ପ୍ରଚଳନ ଉନ୍ନତ ଉପଭୋକ୍ତା ଅଭିଜ୍ଞତା, ଦ୍ରୁତ ସେବା ବିତରଣ ଏବଂ ଅଧିକ ଗ୍ରାହକ-ଅନୁକୂଳ ଇଣ୍ଟରଫେସ୍ ପ୍ରଦାନ କରିବା ପାଇଁ ପରିକଳ୍ପନା କରାଯାଇଛି । ଉନ୍ନତ, ଦକ୍ଷ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଡାକ ସେବା ପ୍ରଦାନ କରିବା ଲାଗି ଏହା ଡାକ ବିଭାଗର ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଆସନ୍ତା ଅଗଷ୍ଟ ୨ ତାରିଖରେ କାରବାର ବନ୍ଦକୁ ଦୃଷ୍ଟିରେ ରଖି ଗସ୍ତ ଯୋଜନା କରିବା ଏବଂ ଏହି ସଂକ୍ଷିପ୍ତ ବ୍ୟାଘାତ ସମୟରେ ସହଯୋଗ କରିବା ଲାଗି ଡାକ ବିଭାଗ ଯୋଜନା କରିଛି। ଏହି ଅସୁବିଧା ପାଇଁ ଡାକ ବିଭାଗ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଇଛି । ଏଥିସହିତ ପ୍ରତ୍ୟେକ ନାଗରିକଙ୍କୁ ଉନ୍ନତ, ଦ୍ରୁତ ଏବଂ ଅଧିକ ଡିଜିଟାଲ୍ ସଶକ୍ତ ସେବା ପ୍ରଦାନ କରିବା ପାଇଁ ଏହି ପଦକ୍ଷେପଗୁଡ଼ିକ ନିଆଯାଉଛି ବୋଲି ଡାକ ବିଭାଗ ଆଶ୍ବସ୍ତି ପ୍ରଦାନ କରିଛି ।