BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ମା ମଙ୍ଗଳା ବସ୍ତିରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର ; ଭୁବନେଶ୍ୱରରୁ ଡେଙ୍ଗୁ ନିପାତ କରିବା ପାଇଁ ବିଏମସି କମିଶନର ସପ୍ତାହକୁ ଦୁଇଦିନ ରବିବାର ଓ ଗୁରୁବାର ଡ୍ରାଇ ଡେ ଘୋଷଣା କରିଛନ୍ତି । ଏହିଦିନ ପ୍ରତେକ ଓାର୍ଡରେ କର୍ପୋରେଟର, ବିଏମସି ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ ଓ ଅନ୍ୟ ସମସ୍ତେ ମିଶି ଡେଙ୍ଗୁ ମଶା ସୃଷ୍ଟି ହେଉଥିବା ସ୍ଥାନ ସଫା କରିବା ପାଇଁ ନିଷ୍ପତି ହୋଇଛି । ଏହି କ୍ରମରେ ଆଜି ଡ୍ରାଇ ଡେର ତୃତୀୟ ଦିନରେ ୧୪ ନମ୍ବର ଓାର୍ଡର କର୍ପୋରେଟର ମୋନାଲିସା ସାହୁଙ୍କ ନେତୃତ୍ୱରେ ମା ମଙ୍ଗଳା ବସ୍ତିରେ ଡେଙ୍ଗୁ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ କହିଥିଲେ ଡେଙ୍ଗୁ ମସା ସ୍ୱଚ୍ଛ ପାଣିରେ ଜନ୍ମ ନେଇଥାଏ ଏବଂ ଦିନରେ କାମୁଡେ ତେଣୁ ଘରର ଚାରିପାଖ ସଫାସୁତୁରା ରଖିବାକୁ ପଡିବ, ବିଭିନ୍ନ ଭଙ୍ଗା ପାତ୍ର, ଟାୟାର, ପଇଡ ଖୋଳ ଓ ଖାଲୁଆ ସ୍ଥାନରେ ପାଣି ଜମି ରହିଲେ ଡେଙ୍ଗୁ ମସା ସୃଷ୍ଟି ହୁଅନ୍ତି । ଏଥିପାଇଁ ଆମକୁ ସତର୍କ ଓ ସଚେତନ ରହିବାକୁ ପଡିବ । ସମସ୍ତେ ଯଦି ମିଳିମିଶି କାମ କରିବା ସହିତ ଲର୍ଭା ନଷ୍ଠ କରିବା ତାହେଲେ ଡେଙ୍ଗୁ ରହିବ ନାହିଁ । ଏହାପରେ ସାହିର ଗଳିକନ୍ଦି ବୁଲି ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ଉର ଜୋନ ଡେପୁଟି କମିଶନର ପୁରନ୍ଦର ନନ୍ଦ, ସିଇଓ ଦେବସ୍ୱିନୀ ପଟ୍‌ଟନାୟକ, ଓାର୍ଡ ଅଧିକାରୀ ସୁଜିତ ସ୍ୱାଇଁ, ଏମ ଆଇ ଜଗମୋହନ ମହାପାତ୍ର, ଜିଲ୍ଲା ବିଜେଡି ସମ୍ପାଦକ ମନୋଜ କୁମାର ସାହୁ, ବସ୍ତିର ମୁଖ୍ୟ ପ୍ରଭାତ କୁମାର ସେଠୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ, ଏସଏଚଜି ମହିଳା ଓ ବସ୍ତିର ସମସ୍ତ ବାସିନ୍ଦା ଉପସ୍ଥିତ ଥିଲେ ।