BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରେସପେକ୍ଟ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ମହିଳା ଦିବସ

ନୂଆଦିଲ୍ଲୀ : ରେସପେକ୍ଟ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ନୂଆଦିଲ୍ଲୀରେ ଅନ୍ତର୍ଜତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ତଥା ସିକିମର ପୂର୍ବତନ ରାଜ୍ୟପାଳ କୈଳାସ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ଲେଖକ ବିବି ସିଂ, ମହାତ୍ମାଗାନ୍ଧୀଙ୍କ ନାତୁଣୀ ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟ, ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ, ରେସପେକ୍ଟ ଇଣ୍ଡିଆ ଫାଉଣ୍ଡେସନର ସଭାପତି ଡା. ନିର୍ମଳା ଗେହଲଟ୍ ଓ ସମ୍ପାଦକ ଡା. ମନିଷ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆମ ସଭ୍ୟତା, ସମ୍ବିଧାନ ଓ ସଂସ୍କାରରେ ନାରୀର ସ୍ଥାନ ସ୍‌ତନ୍ତ୍ର । ମହିଳାମାନେ ଆମ ଦେଶର ଶକ୍ତି ଓ ଗର୍ବର ପ୍ରତୀକ । ସମାଜରେ ସବୁ ବର୍ଗର ମହିଳାଙ୍କ ପାଖରେ ଶିକ୍ଷା ପହଞ୍ଚିବା ଜରୁରୀ ବୋଲି ଅତିଥିମାନେ ମତ ଦେଇଥିଲେ । ଏହି ଅବସରରେ ପ୍ରଶାସନିକ ସେବା, ଡାକ୍ତରୀ ବିଜ୍ଞାନ, ଉଦ୍ୟୋଗ ଓ ଗଣମାଧ୍ୟମର ବିଭିନ୍ନ ସଫଳ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।