BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦିଲ୍ଲୀ କୋର୍ଟରେ ବିସ୍ଫୋରଣ

ନୂଆଦିଲ୍ଲୀ,୯।୧୨: ରାଜଧାନୀର ରୋହିଣୀ କୋର୍ଟରେ ଗୁରୁବାର ସକାଳେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଉପଲବ୍ଧ ଥିବା ତଥ୍ୟ ଅନୁଯାୟୀ, କୋର୍ଟରୁମ୍‌ ନଂ ୧୦୨ରେ ରଖାଯାଇଥିବା ଲାପଟପ ବ୍ୟାଗରେ ବିସ୍ଫୋରଣ ଘଟିଥିଲା। ଭିଡିଓରେ ଏକ ଲାପଟପ ଚଟାଣରେ ପଡ଼ିଥିବା ଦେଖାଯାଉଥିବାରୁ ଏହାର ବ୍ୟାଟେରି କାରଣରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣ ପରେ କୋର୍ଟରେ ଚାଲିଥିବା ସମସ୍ତ ଶୁଣାଣିକୁ ତୁରନ୍ତ ବନ୍ଦ କରି ଦିଆଯାଇଥିଲା। ସୂଚନା ମିଳିବା ପରେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୬ଟି ନିଆଁ ଲିଭା ଗାଡ଼ି ପହଞ୍ଚିଥିଲା କୋର୍ଟ ପରିସରରେ।

ରୋହିଣୀ କୋର୍ଟ କମ୍ପ୍ଲେକ୍ସରେ ସକାଳ ପ୍ରାୟ ୧୦ଟା ୩୦ରେ
ଏକ ଲାପଟପ୍‌ ବ୍ୟାଗ୍‌ରେ ସାମାନ୍ୟ ତୀବ୍ରତାର ଏକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପଛର ପ୍ରକୃତ କାରଣ ଜାଣିବା ପାଇଁ ଫରେନ୍ସିକ ଓ କ୍ରାଇମ ଦଳ ତଦନ୍ତ କରୁଛନ୍ତି। ତେବେ ବିଡିଏସ୍‌ ଏବଂ ଏଫ୍‌ଏସ୍‌ଏଲ ବିଶେଷଜ୍ଞ ଯାଞ୍ଚ ନ କରିବା ପର୍ଯ୍ୟନ୍ତ କିଛି ସ୍ପଷ୍ଟ କୁହାଯାଇପାରିବ ନାହିଁ ବୋଲି ଆତଙ୍କବାଦୀ ନିରୋଧୀ ବିଭାଗର ଜଣେ ବରଷ୍ଠ ଅଧିକାରୀ କହିଛନ୍ତି।