BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜଧାନୀରେ ବଢୁଛି ଡେଙ୍ଗୁ

ନୂଆଦିଲ୍ଲୀ,୧୬ ।୧୧: ରାଜଧାନୀ ଦିଲ୍ଲୀରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବର୍ଯ୍ୟନ୍ତ ଏଠାରେ ୫୨୭୭ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଗତ ସପ୍ତାହରେ ୨୫୬୯ଜଣ ଡେଙ୍ଗୁ ରୋଗୀ ଏକାଥରେ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । ଏବେ ପର୍ଯ୍ୟନ୍ତ ରାଜଧାନୀରେ ଡେଙ୍ଗୁରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏ ସମସ୍ତ ସୂଚନା ଆଣ୍ଟି ମ୍ୟାଲେରିଆ ଅପରେସନ୍ସ(ଏଚକ୍ୟୁ) ଦକ୍ଷିଣ ଦିଲ୍ଲୀ ନଗର ନିଗମ ପ୍ରଦାନ କରିଛି । ସୂଚନାଯୋଗ୍ୟ, ୨୦୧୬ ପରେ ରାଜଧାନୀରେ ଏବେ ସବୁଠାରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ଏବେ କରୋନାରୁ ସାମାନ୍ୟ ଆଶ୍ୱସ୍ତ ହୋଇଥିବା ରାଜଧାନୀବାସୀ ଏବେ ପ୍ରଦୂଷଣକୁ ନେଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏହା ଉପରେ ଏବେ ଡେଙ୍ଗୁର ପ୍ରକୋପ ରାଜଧାନୀବାସୀଙ୍କ ଚିନ୍ତା ବଢାଇ ଦେଇଛି ।