BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରିର୍ଜଭ ବ୍ୟାଙ୍କର ଦୁଇଟି ଯୋଜନା ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୧୨।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦୁଇଟି କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ ଶୁକ୍ରବାର ହେବ। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଭର୍ଚୁଆଲରେ ଲଞ୍ଚ କରିବେ । ଏହି ଯୋଜନାର ଶୁଭାରମ୍ଭ ସମୟରେ ଅର୍ଥମନ୍ତ୍ରୀ ନିମାଳା ସୀତାରମଣ ଉପସ୍ଥିତ ରହିବେ।
ଶୁଭାରମ୍ଭ ହେବାକୁ ଥିବା ଦୁଇଟି ଯୋଜନା ହେଲା ଆରବିଆଇ ରିଟେଲ ଡାଇରେକ୍ଟ ଯୋଜନା ଓ ସମନ୍ବିତ ଲୋକପାଳ ଯୋଜନା। ଏହା ଖୁଚୁରା ନିବେଶକାରୀଙ୍କ ପାଇଁ ସରକାରୀ ପ୍ରତିଭୂମିରେ ନିବେଶ କରି ପାରିବ। ଖୁଚୁରା ନିବେଶକାରୀ ସହଜରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ନିଜର ସରକାରୀ ପ୍ରତିଭୂମି ଖାତା ଅନଲାଇନରେ ନିଃଶୁକ୍ଳ ଖୋଲି ପାରିବେ ଏବଂ ପରିଚାଳନା କରିବେ । ସେହିପରି ଲୋକପାଳ ଯୋଜନାରେ ଗ୍ରାହକମାନେ ଅଭିଯୋଗ ଦାଖଲ କରିବା, ଦସ୍ତାବିଜ ଜମା କରିବା, ଷ୍ଟାଟସ ଟ୍ରାକ କରିବା ଏବଂ ଫିଡବ୍ୟାକ ଦେଇ ପାରିବେ। ଅଭିଯୋଗ ଦାଖଲ କରିବା ଓ ସମାଧାନ ପାଇଁ ମଧ୍ୟ ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଆରବିଆଇ ଦ୍ବାରା ନିୟନ୍ତ୍ରିତ ସଂସ୍ଥାଗୁଡିକ ବିରୁଦ୍ଧରେ ଅଭିଯୋଗ ପାଇଁ ଏହି ଯୋଜନା ଉଦ୍ଧିଷ୍ଟ।