BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସିଙ୍ଗାପୁରରୁ ଆସୁଥିବା ଭାରିଆଣ୍ଟ ଶିଶୁଙ୍କ ପାଇଁ ବିପଦ ସୃଷ୍ଟି କରୁଛି।

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନାର ଦ୍ୱିତୀୟ ଲହରର ଭୟ ଲୋକଙ୍କ ମନରୁ ଦୂର ହୋଇ ନ ଥିବା ବେଳେ ତୃତୀୟ ଲହର ଆସିବା ନେଇ ଆହୁରି ଭୟଭୀତ କରାଇଦେଇଛି। କାରଣ ତୃତୀୟ ଲହରରେ ଅତ୍ୟଧିକ ଶିଶୁ ପ୍ରଭାବିତ ହେବେ ବୋଲି କୁହାଯାଉଛି। ତେବେ ତୃତୀୟ ଲହର ଆସିବା ପୂର୍ବରୁ କେତେକ ରାଜ୍ୟରେ କରୋନା କବଳରେ ଅନେକ ଶିଶୁ ଆସିଥିବା ଜଣାପଡ଼ିଛି। ଗତ ୧୫ ଦିନ ମଧ୍ୟରେ ଦେଶରେ ଏପର୍ଯ୍ୟନ୍ତ ୧୯ହଜାରୁ ଊର୍ଦ୍ଧ୍ୱ ଶିଶୁ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ଦିଲ୍ଲୀ, କର୍ନାଟକ ଓ ଉତ୍ତରାଖଣ୍ଡ ଭଳି କେତେକ ରାଜ୍ୟ ରହିଛି। ଗତ କିଛି ଦିନ ତଳେ ଦିଲ୍ଲୀରେ କରୋନାଜନିିତ ୨ଜଣ ଶିଶୁଙ୍କୁ ମୃତ୍ୟୁ ଘଟିଛି। ଶିଶୁଙ୍କ ଉପରେ ଦେଖାଦେଇଥିବା ବିପଦକୁ ଦୃଷ୍ଟିରେ ରଖି ସିଙ୍ଗାପୁରରୁ ଯାତାୟତ କରୁଥିବା ବିମାନ ଉଡାଣକୁ ତୁରନ୍ତ ବନ୍ଦ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ସିଙ୍ଗାପୁରରୁ ଆସିଥିବା କରୋନାର ନୂଆ ଭାରିଆଣ୍ଟ ପିଲାଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି। ଭାରତରେ ଏହା ତୃତୀୟ ଲହର ଭାବେ ଆସିପାରେ। ତେଣୁ ବର୍ତ୍ତମାନ ପାଇଁ ସିଙ୍ଗାପୁର ସହ ବିମାନ ଉଡାଣ ସେବା ବାତିଲ କରାଯାଉ ଏବଂ ପିଲାମାନଙ୍କ ପାଇଁ ଟିକା ବିକଳ୍ପ ଉପରେ କାର୍ଯ୍ୟ ପ୍ରାଥମିକତା ଭିତ୍ତିରେ କରାଯାଉ ବୋଲି କେଜରିଓ୍ବାଲ ଟୁଇଟ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହା ଉପରେ ଜୋର ଦେଇଥିଲେ। ପିଲାଙ୍କ ସୁରକ୍ଷା, ଚିକିତ୍ସା ଓ ଟିକାକରଣର ପ୍ରୋଟୋକଲ୍‌ ଉପରେ ଏବେଠାରୁ କାର୍ଯ୍ୟ କରାଯାଉ ବୋଲି ସେ କେନ୍ଦ୍ର ସରକାରଙ୍କୁ ଅପିଲ୍‌ କରିଥିଲେ।