BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅତ୍ୟଧିକ ଷ୍ଟେରଏଡ ଦେବା ଫଳରେ ବଢୁଛି ବ୍ଲାକ ଫଙ୍ଗସ।

ନୂଆଦିଲ୍ଲୀ, ୧୫।୫: ବ୍ଲାକ୍‌ ଫଙ୍ଗସ୍‌ ରୋଗ ହଠାତ୍‌ ବଢ଼ିବା ସହ ଏହା ମୃତ୍ୟୁହାରକୁ ମଧ୍ୟ ବଢ଼ାଇ ଦେଇଛି। ଏହାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ କରୋନା ରୋଗୀଙ୍କୁ ଅତ୍ୟଧିକ ଷ୍ଟିରଏଡ୍‌ ଦେବା ବ୍ଲାକ୍‌ ଫଙ୍ଗସ୍‌ର ଅନ୍ୟତମ ମୁଖ୍ୟ କାରଣ ବୋଲି ଏମ୍ସ ମୁଖ୍ୟ ଡ. ରଣଦୀପ୍‌ ଗୁଲେରିଆ ଶନିବାର କହିଛନ୍ତି। ଦିଲ୍ଲୀ ଏମ୍ସରେ ୨୩ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣ ଏବେ ବି କୋଭିଡ୍‌ ପଜିଟିଭ୍‌ ଅଛନ୍ତି। ବିଭିନ୍ନ ରାଜ୍ୟରେ ୫୦୦ରୁ ଅଧିକ ଏହି ରୋଗରେ ସଂକ୍ରମିତ ହେଲେଣି। ଏହା ମୁହଁ, ନାକ, ଆଖି, ମସ୍ତିଷ୍କକୁ କ୍ଷତିଗ୍ରସ୍ତ କରିବା ସହ ଦୃଷ୍ଟିଶକ୍ତିକୁ ନଷ୍ଟ କରିଦେଉଛି। ଡାଇବେଟିସ୍‌, କୋଭିଡ୍‌ ପଜିଟିଭ ଥାଇ ଷ୍ଟିରଏଡ୍‌ ନେଉଥିବା ରୋଗୀଙ୍କ କ୍ଷେତ୍ରରେ ବ୍ଲାକ୍‌ ଫଙ୍ଗସ୍‌ ହେବା ସମ୍ଭାବନା ଅଧିକ। ଏହାକୁ ରୋକିବାକୁ ହେଲେ ଷ୍ଟିରଏଡ୍‌ର ଅପବ୍ୟବହାର ରୋକିବାକୁ ହେବ ବୋଲି ଡ. ଗୁଲେରିଆ ପରାମର୍ଶ ଦେଇଛନ୍ତି।
ହରିୟାଣା ସରକାର ଇତିମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌କୁ ବିଜ୍ଞପିତ ରୋଗ ଭାବେ ଘୋଷଣା କରିଛନ୍ତି। ପ୍ରତ୍ୟେକ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ସମ୍ପର୍କରେ ସରକାରୀ କର୍ତ୍ତୃପକ୍ଷଭ୍କୁ ଜଣାଇବା ଲାଗି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ ଶନିବାର କହିଛନ୍ତି। ଡାକ୍ତରମାନେ ଏ ସମ୍ପର୍କରେ ଜିଲା ମୁଖ୍ୟ ମେଡିକାଲ ଅଫିସର (ସିଏମ୍‌ଓ)ଙ୍କୁ ଜଣାଇବେ। ସେହି ରୋଗୀଙ୍କୁ ଚିହ୍ନଟ କରିବା ଏବଂ ରୋଗ ନିୟନ୍ତ୍ରଣରେ ଏହା ସହାୟକ ହୋଇପାରିବ ବୋଲି ଭିଜ୍‌ ଟୁଇଟ୍‌ କରିଛନ୍ତି।