BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି।

ନୂଆଦିଲ୍ଲୀ,୨୬।୧: ସାରା ଦେଶ ଉତ୍ସାହ ଓ ଉଦ୍ଦିପନା ସହ ପାଳନ କରୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜପଥରେ ପହଞ୍ଚି ପତାକା ଉତ୍ତୋଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି ସମୟରେ ସେଠାରେ ଉପସ୍ଥିତ ରହିଥିଲେ । ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବା ସହ ୨୧ ତୋପ ସଲାମି ଦିଆଯାଇଥିଲା । ଏହାପରେ ଆରମ୍ଭ ହୋଇଛି ପରେଡ । ତିନି ସେନାର ପରାକ୍ରମ ଦେଖିବାକୁ ମଳିଛି ରାଜପଥରେ । ସବୁଠାରୁ ବଡ କଥା ହେଲା ଏଥର ସାଧାଣତନ୍ତ୍ର ଦିବସ ସମାରୋହର କେହି ବିଦେଶୀ ଅତିଥି ଯୋଗଦେଇ ନାହାଁନ୍ତି । ୫ ଦଶକରେ ଏହା ପ୍ରଥମଥର ହୋଇଛି । ତେବେ ୧୯୫୨, ୧୯୫୩ ଓ ୧୯୬୬ରେ ମଧ୍ୟ ସାଧାରଣତନ୍ତ୍ର ଦିବସରେ କେହି ବିଦେଶୀ ଅତିଥି ଯୋଗ ଦେଇ ନ ଥିବା ସୂଚନା ରହିଛି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ମିଳିଥିଲେ ସୁଦ୍ଧା କରୋନା ମହାମାରୀ ଯୋଗୁ ସେ ଆସି ପାରି ନାହାନ୍ତି ।