BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସାଇବର ଠକେଇ ପାଇଁ ଡିସିପିଙ୍କ ବାର୍ତ୍ତା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାଇବର ଲୁଟେରା ଫୁଲ ଆକ୍ଟିଭ ଅଛନ୍ତି। ଚଳିତ ମାସରେ ଭୁବନେଶ୍ୱରରେ ୟୁପିଆଇ ସମ୍ବନ୍ଧୀୟ ସାଇବର ଠକେଇ ଅଧିକ ହୋଇଛି। ତେଣୁ କାହା କଥାରେ ପଡ଼ି କୌଣସି ମୋବାଇଲ ଆପ ଡାଉନ୍‌ଲୋଡ କରନ୍ତୁ ନାହିଁ। ଯେକୌଣସି ଆପ ଡାଉନ୍‌ଲୋଡ କରିବା ପୂର୍ବରୁ ସତର୍କ ରୁହନ୍ତୁ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚାଇ ଦେଇଛନ୍ତି।
ସୂଚନାଯୋଗ୍ୟ, ଗୁଗୁଲ ପେ, ଫୋନ ପେ, ପେଟିଏମ୍‌ ଭଳି ମୋବାଇଲ ପେମେଣ୍ଟ ମାଧ୍ୟମରେ ଲୋକେ ସାଇବର ଠକେଇର ଶିକାର ହୋଇଥିବା ଜାନୁୟାରୀ ମାସ ତଥ୍ୟରୁ ଜଣାପଡିଛି। ପ୍ରାୟ ୧୦୦ରୁ ଅଧିକ ୟୁପିଆଇରେ ଠକେଇ ହୋଇଥିବା ମମଲା ହୋଇଛି । ତେବେ ସାଇବର ଲୁଟେରା ମୁଖ୍ୟତ ଲୁଟ ପୂର୍ବରୁ ତିନୋଟି ଆପ ଡାଉନଲୋଡ କରିବାକୁ ପରାମର୍ଶ ଦେଉଛନ୍ତି। ତେଣୁ କାହା କଥାରେ ପଡି ଏନି ଡେସ୍କ, କୁଇକ ସପୋର୍ଟ, ଟିମ ଭ୍ୟୁୟର ଭଳି ଅଜଣା ଆପ୍ଲିକେଶନ ଡାଉନଲୋଡ୍‌ କରନ୍ତୁ ନାହିଁ। ଏହାକୁ ଡାଉନଲୋଡ କଲେ ଅପର ପାର୍ଶ୍ୱରେ ଥିବା ବ୍ୟକ୍ତି ଆପଣଙ୍କ ମେସେଜ ଦେଖିପାରିବ ଏବଂ ଓଟିପି ଆସେସ କରିପାରିବ । ତେଣୁ ଯେକୌଣସି ଆପ ଡାଉନଲୋଡ୍‌ କରିବା ପୂର୍ବରୁ ସତର୍କ ରୁହନ୍ତୁ ବୋଲି ଡିସିପି କହିଛନ୍ତି।