BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସାଇବର ଠକେଇ ପାଇଁ ଡିସିପିଙ୍କ ମନ୍ତ୍ର। ପଢନ୍ତୁ ସତର୍କ ରୁହନ୍ତୁ।

ଭୁବନେଶ୍ୱର,୧୫ା୫ (ବ୍ୟୁରୋ): ନିଜର କଓ୍ବୋଇସି ଅପ୍‌ଡେଟ୍‌ କରିବା କିମ୍ବା ମାଗଣା ମୋବାଇଲ୍‌ ଡାଟା ମିଳିବାର ପ୍ରତିଶ୍ରୁତି ଦେଉଥିବା ବିଭ୍ରାନ୍ତକାରୀ ମେସେଜଗୁଡିକ ପ୍ରତି ସାବଧାନ ରୁହନ୍ତୁ। ଏଭଳି ମେସେଜ୍‌ରେ ଦିଆଯାଇଥିବା କୌଣସି ନମ୍ବର୍‌ରେ କଲ୍‌ କରନ୍ତୁ ନାହିଁ କିମ୍ବା କୌଣସି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ। ଅଜଣା କିମ୍ବା ସନ୍ଦେହଜନକ ନମ୍ବର୍‌ରୁ ଆସୁଥିବା କଲ୍‌ରେ ନିଜର ବ୍ୟକ୍ତିଗତ ବିବରଣୀ ଦିଅନ୍ତୁ ନାହିଁ। ଯଦି ଆପଣ ଏପରି ଠକାମିର ଶିକାର ହୋଇଛନ୍ତି, ତୁରନ୍ତ ହେଲ୍ପ ଡେସ୍କ ନଂ.୭୪୪୦୦୦୬୭୦୯ ସହିତ ଯୋଗାଯୋଗ କରନ୍ତୁ ବୋଲି ଡିସିପି ଉମାଶଙ୍କର ଦାଶ ଟୁଇଟ୍‌ ମାଧ୍ୟମରେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଏବେ ସାଇବର ଠକେଇ ର଼୍ୟାକେଟ ସକ୍ରିୟ ରହିଛି। ବିଭିନ୍ନ ଉପାୟରେ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଲୁଟି ନେଉଛନ୍ତି। ଏହାକୁ ନେଇ ଗତ ୧୧ ତାରିଖରେ ‘ଧରିତ୍ରୀ’ରେ ‘ଲିଙ୍କ୍‌ରେ କ୍ଲିକ୍‌ କଲେ ଆକାଉଣ୍ଟ ହ୍ୟାକ, କରୋନା କାଳରେ ମାତିଛନ୍ତି ସାଇବର ହ୍ୟାକର’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ପୂର୍ବରୁ ସାଇବର ଠକ ବିଭିନ୍ନ ଆଳରେ କଲ୍‌ କରି ଲୋକଙ୍କ ବ୍ୟାଙ୍କ ତଥ୍ୟ ନେଇ ଠକୁଥିବା ବେଳେ ଏବେ ସୋସିଆଲ୍‌ ମିଡିଆରେ ଲିଙ୍କ୍‌ ପଠାଇ ଜନସାଧାରଣଙ୍କୁ ଫସାଉଛନ୍ତି। ବିଶେଷକରି ଯୁବଗୋଷ୍ଠୀ ଏହାଦ୍ୱାରା ଅଧିକ ଶିକାର ହେଉଛନ୍ତି। ଏପରିକି ଓଡ଼ିଶାର ଜଣାଶୁଣା ଆଇଏଏସ୍‌, ଆଇପିଏସ୍‌ ଅଫିସର, ଡାକ୍ତର ଓ ସାମ୍ବାଦିକ ମଧ୍ୟ ବିଭିନ୍ନ ସମୟରେ ଏଭଳି ଠକଙ୍କ ଶିକାର ହେଉଥିବାରୁ ଏହାକୁ ରୋକିବାରେ ଡିସିପିଙ୍କ ଟୁଇଟ୍‌ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।