BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବଜରଙ୍ଗି ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୨୨/୪ : ବଜରଙ୍ଗି ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ଗାଡକଣ ସ୍ଥିତ କାର୍ତ୍ତିକେଶ୍ୱର ପୂଜା ମଣ୍ଡପରେ ବର୍ଣ୍ଣାଢ୍ୟ ଆଲୋକମାଳାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଜିଲ୍ଲା ଉତ୍ତର ବିଜେଡି ସଂପାଦକ ପ୍ରଶନ୍ନ କୁମାର ସାହୁ ଯୋଗଦେଇ ଗାଡକଣ ଗ୍ରାମର ଭାଇଚାର ଓ ଏକତାକୁ ପ୍ରଶଂସା କରିବା ସହିତ ଓଡିଶାର କଳା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ସବ୍ୟସାଚୀ ସାହୁ, ପ୍ରଫୁଲ୍ଲ ଜେନା (ଚଗଲା) କୃଷ୍ଣ ପାତ୍ର, ପବିତ୍ର ରାଉତ, ସମ୍ବାଦିକ ସୁକାନ୍ତ ରାଉତ, ଗଗନ ବିହାରୀ ପଣ୍ଡା, ଚନ୍ଦ୍ରକାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ । ଡ୍ୟାନ୍ସ ଏକାଡେମୀର କୁନିକୁନି ପିଲା ବେଶ୍ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ବୁଲା ଭାଇନା ମଞ୍ଚ ପରିଚାଳନା କରିଥିବା ବେଳେ କବିତା ଭୁତିଆ (ସୋନାଲୀ) କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଗ୍ରାମର ଆବାଳ ବୃଦ୍ଧବନୀତା ଉପସ୍ଥିତ ଥିଲେ ।