BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ଡାବର ଇଣ୍ଡିଆ ମହୁ ଏବେ ଆମାଜନ ଡଟ୍ ଇନ୍‌ରେ ଉପଲବ୍ଧ

ଭାରତର ଅଗ୍ରଣୀ ଆୟୁର୍ବେଦିକ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ୍ ଆମାଜନ ଇଣ୍ଡିଆ ସହିତ ମିଳିତ ହୋଇଛି । ଏହାଦ୍ୱାରା ଏଣିିକି ଡାବର ଅର୍ଗାନିକ ମହୁ ଆମାଜନ ଡଟ୍ ଇନ୍‌ରେ ଉପଲବ୍ଧ ହେବ । ଏଥିରେ କୌଣସି ରାସାୟନିକ ପଦାର୍ଥ ମିଶ୍ରିତ କରାଯାଇ ନାହିଁ । ଏହା ମହୁମାଛିଙ୍କ ଦ୍ୱାରା ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହୋଇଛି । ଏଥିରେ ପୋଷକତତ୍ୱ ଏବଂ ଆଂଟିଅକ୍ସିଡାଂଟ୍ ଭରପୁର ମାତ୍ରାରେ ରହିଛି । ଏହାର ପ୍ରକ୍ରିୟା କରଣ ଅବା ପାଷ୍ଟରାଇଜ୍ କରାଯାଇ ନାହିଁ ।

ଏହି ଅବସରରେ ଡାବର ଇଣ୍ଡିଆ ଲିମିଟେଡର ହେଲଥ୍ ସପ୍ଲିମେଂଟ୍ସ୍ ମାର୍କେଟିଂ ମୁଖ୍ୟ ପ୍ରଶାନ୍ତ ଅଗ୍ରୱାଲ କହିଲେ, ଅର୍ଗାନିକ ଉତ୍ପାଦଗତ ପସନ୍ଦ ନୁହେଁ । ଏହା ଜୀବନଶୈଳୀର ଏକ ମୁଖ୍ୟଧାରା । ଖାଦ୍ୟଗ୍ରହଣ କ୍ଷେତ୍ରରେ ପ୍ରାକୃତିକ ଉତ୍ପାଦର ଚାହିଦା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯେଉଁମାନେ ଏଭଳି ଜୀବନଶୈଳୀଙ୍କୁ ପସନ୍ଦ କରିଥାନ୍ତି, ସେମାନେ ନିଶ୍ଚିତ ଭାବେ ଡାବର ଅର୍ଗାନିକ୍ ମହୁକୁ ନିଜର ଦୈନଦିନ କାର୍ଯ୍ୟରେ ବ୍ୟବହାର କରିବାକୁ ଚାହିଁବେ । ଏହାର ପ୍ରକ୍ରିୟା କରଣ ଅବା ପାଷ୍ଟରାଇଜ୍ କରାଯାଇ ନାହିଁ । କେବଳ ଏଥିରୁ ଅଦରକାରୀ ପଦାର୍ଥ ବାହାର କରିବା ଲାଗି ଏହାକୁ ଛଣା ଯାଇଛି । ଆମାଜନ ସହିତ ମିଳିତ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଏଣିକି ଗ୍ରାହକ ବିଶ୍ୱର ଏକ ନମ୍ବର ମହୁ ବ୍ରାଣ୍ଡ ଦ୍ୱାରା ଡାବର ମହୁ ସହଜରେ ପାଇପାରିବେ ।

ଏହି ଅବସରରେ ଆମାଜନ ଇଣ୍ଡିଆର କ୍ୟାଟାଗୋରୀ ମ୍ୟାନେଜମେଂଟ୍ ନିର୍ଦ୍ଦେଶକ ସୌରଭ ଶ୍ରୀବାସ୍ତବ କହିଲେ, ଆମାଜନ ଡଟ୍ ଇନ୍ ଦ୍ୱାରା ଏଣିକି ଗ୍ରାହକ ସହଜରେ ବିଶ୍ୱସନୀୟ ବ୍ରାଣ୍ଡ ଡାବର ଅର୍ଗାନିକ୍ ମହୁ ପାଇପାରିବେ । ଏହାଦ୍ୱାରା ଆମେ ଆମର ପୋର୍ଟଫୋଲିଓକୁ ଅଧିକ ସୁଦୃଢ଼ କରିବାକୁ ଚାହୁଁଛୁ । ଆମେ ଏହା ମାଧ୍ୟମରେ ଗ୍ରାହକଙ୍କୁ ଶ୍ରେଷ୍ଠତମ ଶପିଂ ଅଭିଜ୍ଞତା ପ୍ରଦାନ କରିବାର ଯୋଜନା ରଖିଛୁ ।
ଏହି ଅବସରରେ ଡାବର ଇଣ୍ଡିଆ ଇ-କମର୍ସ ବିଜ୍‌ନେସ୍ ମୁଖ୍ୟ ସ୍ମେର୍ଥ ଖାନ୍ନା କହିଲେ,ସମ୍ପ୍ରତି ଭାରତର ଗ୍ରାହକ ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣେଇବା ପାଇଁ ଅର୍ଗାନିକ୍ ଖାଦ୍ୟ ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି । ଏପରିସ୍ଥଳେ ଆମେ ୧୦୦ ପ୍ରତିଶତ ବିଶୁଦ୍ଧ ଏବଂ ପ୍ରାକୃତିକ ଡାବର ଅର୍ଗାନିକ୍ ମହୁ ଗ୍ରାହକଙ୍କୁ ଯୋଗାଇ ଦେବୁ । ଏଥିରେ କୌଣସି ଅପମିଶ୍ରଣ କରାଯାଇ ନାହିଁ । ସେହିପରି ଏହାର ପ୍ରକ୍ରିୟାକରଣ କିମ୍ବା ପାଷ୍ଟରାଇଜ୍ ମଧ୍ୟ କରାଯାଇ ନାହିଁ । ଆମାଜନ୍‌ରେ ୩୦୦ ଗ୍ରାମ୍ ମହୁ ୨୩୫ ଟଙ୍କାରେ ଉପଲବ୍ଧ ହେବ ।

ସୂଚନାଯୋଗ୍ୟ, ଡବାର ଇଣ୍ଡିଆ ଭାରତର ଅଗ୍ରଣୀ ଏଫ୍‌ଏମ୍‌ସିଜି କମ୍ପାନୀ । ଗୁଣବତା ଉତ୍ପାଦ ପ୍ରସ୍ତୁତିରେ ଏହାର ୧୩୬ ବର୍ଷର ଅଭିଜ୍ଞତା ରହିଛି । ଏହାର ଭାରତର ବିଶ୍ୱସନୀୟ ତଥା ବିଶ୍ୱର ବୃହତ୍ ଆୟୁର୍ବେଦିକ ଏବଂ ନାଚ୍ୟୁରାଲ ହେଲଥ୍ କେୟାର କମ୍ପାନୀ । ଡାବର ବ୍ରାଣ୍ଡର ଡାବର ଚେୱନପ୍ରାଶ୍‌, ଡାବର ମହୁ, ଡାବର ଲାଲ୍ ତେଲ, ଡାବର ହନିଟସ୍‌, ଡାବର ପୁଦିନହରା, ଡାବର ରେଡ୍ ପେଷ୍ଟ, ଡାବର ଆମଲା ହେୟାର ଅଏଲ୍‌, ବାଟିକା ଏବଂ ରିୟଲ ଫ୍ରୁଟ୍ ଜୁସ୍ ଆଦି ୯ଟି ଉତ୍ପାଦ ବେଶ୍ ଲୋକପ୍ରିୟ ହୋଇ ପାରିଛି ।

ସେହିପରି ଆମାଜନ ଡଟ୍ ଇନ୍ ଆମାଜନ ସେଲର ସର୍ଭିସ୍ ପ୍ରାଇଭେଟ୍ ଲିଃ. ଦ୍ୱାରା ପରିଚାଳିତ । ଏହା ଅନ୍‌ଲାଇନ୍‌ରେ ଗ୍ରାହକ ଉପଯୋଗୀ ଉତ୍ପାଦ ଯୋଗାଇ ଦେଇଥାଏ । ଏଠାରେ ବିସ୍ତୃତ ବର୍ଗର ସାମଗ୍ରୀ ରହିଛି । ସେହିପରି ସାମଗ୍ରୀର ମୂଲ୍ୟ ମଧ୍ୟ ଅପେକ୍ଷାକୃତ କମ ରହିଥାଏ । ଏହ ।ସହିତ ଶୀଘ୍ର ଡେଲିଭରୀ ଏବଂ ବିଶ୍ୱାସନୀୟ ଭାବେ ଆମାଜନ ଗ୍ରାହକଙ୍କ ପାଖରେ ସମାଗ୍ରୀ ପହଂଚାଇ ବିଶ୍ୱ ସ୍ତରୀୟ ଇ-କମର୍ସ ବଜାର ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛି ।