BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଘୂର୍ଣ୍ଣିବଳୟ ‘ମନ୍ଥା’ ପାଇଁ ଆଲର୍ଟ: ଅଧିକାରୀଙ୍କ ଛୁଟି ବାତିଲ, ଷ୍ଟେସନ ନ’ଛାଡିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଘୂର୍ଣ୍ଣିବଳୟ ”ମନ୍ଥା” ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଗୃହ ଓ ନଗରଉନ୍ନୟନ ବିଭାଗ ରାଜ୍ୟର ସମସ୍ତ ସହରାଞ୍ଚଳରେ ପ୍ରସ୍ତୁତି ବ୍ୟବସ୍ଥା ତ୍ୱରାନ୍ୱିତ କରିଛି। ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ”ମନ୍ଥା” କୁ ଦୃଷ୍ଟିରେ ରଖି ଜରୁରୀକାଳୀନ କାର୍ଯ୍ୟରେ ଥିବା ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରିଛି ଗୃହ ଓ ନଗରଉନ୍ନୟନ ବିଭାଗ। ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ସମସ୍ତ ଅଧିକାରୀଙ୍କୁ ସେମାନଙ୍କ ଷ୍ଟେସନ ନ’ଛାଡିବାକୁ ଏବଂ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) କୁ ପ୍ରଭାବୀ ଘୂର୍ଣ୍ଣିବଳୟ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ସୁନିଶ୍ଚିତ କରିବାକୁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛି। ଏ ନେଇ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ରାଜ୍ୟର ସମସ୍ତ ମହାନଗର ନିଗମର କମିଶନର ଓ ମୁନିସିପାଲିଟି ଏବଂ ଏନ୍ ଏ ସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ପତ୍ର ଲେଖି ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି l

ସହରାଞ୍ଚଳର ସମସ୍ତ ଜଳାବଦ୍ଧ ଅଞ୍ଚଳ ଚିହ୍ନଟ ଓ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ଆଲର୍ଟ ରଖାଯାଇଥିବା ବେଳେ ରନ୍ଧାଯାଇଥିବା ଖାଦ୍ୟ ଓ ନିରାପଦ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି। ଜଳ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ ରଖିବା ସହ ଡିଜି ସେଟ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପକରଣର ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଛନ୍ତି। ସମସ୍ତ ୟୁଏଲବି କୁ ହାଇ ଆଲର୍ଟରେ ରହିବାକୁ ଏବଂ ତୁରନ୍ତ ପ୍ରତିଷେଧକ ଓ ରିଲିଫ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି l ବିଭାଗ ପରିସ୍ଥିତିର ନିରନ୍ତର ତଦାରଖ କରିବା ସହ ଠିକ୍ ସମୟରେ ଓ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ସହ ସମନ୍ୱୟ ରକ୍ଷା କରୁଛି।