BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମାଟିତଳୁ ମିଳିଲା ଲୌହସ୍ତମ୍ଭ

କଟକ ,୩୦ା୧: କଟକ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ପଛପାର୍ଶ୍ୱ ଶନିବାର ଖନନ ସମୟରେ ମାଟି ତଳୁ ମିଳିଛି ବିରାଟ ଲୌହ ସ୍ତମ୍ଭ। ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି । ଏହି ସମୟ ମଧ୍ୟରେ ଉକ୍ତ ସ୍ଥାନରେ ଖନନ ବେଳେ ଲୁହା ସ୍ତମ୍ଭ ଦେଖିବାକୁ ମିଳିଥିଲା। ଏହାପରେ ଉକ୍ତ ସ୍ଥାନରେ ଖୋଳା ବନ୍ଦ କରାଯାଇଥିଲା। ତେବେ ଏହି ସ୍ତମ୍ବ କେଉଁ କାର୍ଯ୍ୟରେ ବ୍ୟବହାର ହେଉଥିଲା ତାହା ଜଣାପଡିନାହିଁ। ଅପରପକ୍ଷେ ସ୍ଥାନୀୟ ଲୋକେ କହିଛନ୍ତି, ପୂର୍ବରୁ ନୌବାଣିଜ୍ୟ ସଂଗ୍ରହାଳୟକୁ ସଂଯୋଗ କରି ଉକ୍ତ ସ୍ଥାନରେ ଏକ କେନାଲ ରହିଥିଲା। ବିଭିନ୍ନ ସ୍ଥାନରୁ ଆସୁଥିବା ବୋଟ୍‌ ଏଠାରେ ମରାମତି ହେଉଥିଲା। ପାଣିର ଶ୍ରୋତରେ ବୋଟ୍‌ଗୁଡିକୁ ଭାସିବାରୁ ତାହାକୁ ରୋକିବା ପାଇଁ ଏହି ଖୁଣ୍ଟରେ ଲୁହା ଝଞ୍ଜିର ସହାୟତାରେ ବନ୍ଧାଯାଉଥିଲା। ଆଉ କେହି ଏହା ବିଶାଳ କ୍ରେନ୍‌ର ଭଗ୍ନାବଶେଷ ବୋଲି କହିଛନ୍ତି। ତେବେ ଉକ୍ତ ସ୍ତମ୍ଭର ପୁନରୁଦ୍ଧାର କରାଯାଇ କୌଣସି ଏକ ସ୍ଥାନରେ ସଂରକ୍ଷିତ କରି ରଖାଯାଉ କିମ୍ବା ସଂଗ୍ରାହାଳୟକୁ ହସ୍ତାନ୍ତର କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ା