ବର୍ତ୍ତମାନର ମୁଖ୍ଯ ଖବର ତାରିଖ- ୧୪/୦୨/୨୦୨୬,ଶନିବାର
୧- ଆସନ୍ତାକାଲି ମହାଶିବରାତ୍ରୀ। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଇଁ ଯାନବାହାନ ଚଳାଚଳ ଓ ପଥଚାରୀଙ୍କ ସୁବିଧା ନିମନ୍ତେ କମିଶନରେଟ୍ ପୋଲିସ୍ ପକ୍ଷରୁ ସର୍ବସାଧାରଣଙ୍କ ସୁବିଧା ନିମନ୍ତେ ବିଜ୍ଞପ୍ତି ଜାରି କରାଯାଇଛି। ରାତି ୧୦ଟାରେ ଉଠିବ ଲିଙ୍ଗରାଜ୍ ଙ୍କ ମହାଦୀପ।
୨- ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ଶୁଭାରମ୍ଭ ହୋଇଛି। ଜଗନ୍ନାଥଙ୍କ ଦର୍ଶନ ପାଇଁ ୧୪୮ ଜଣଙ୍କୁ ପୁରୀ ପଠାଇଛି ପ୍ରଶାସନ। OSRTC ବସ୍ରେ ପୁରୀ ବାହାରିଲେ, ପତାକା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ।
୩- ଏଥର ୨୦୨୬-୨୭ ବର୍ଷ ପାଇଁ ଆଗୁଆ ହେବ ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା। ଜୁଲାଇ ୧୦ରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗର ଯୋଜନା କରିଛି। ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଓ ଜୁନ୍ ୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ-ନେଇ ସବୁ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗର ଚିଠି କରାଯାଇଛି।
୪- ଆସନ୍ତା ୨୦ରୁ ୩ ପ୍ରମୁଖ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ। ୧୮ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୨୦ ରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ରାଜ୍ୟବ୍ୟାପୀ ଠପ୍ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ। ଏ-କାଠି ହେବେ ୭୦ ହଜାର ଠିକାଦାର ଓ ୩ ପ୍ରମୁଖ ଠିକାଦାର ସଂଘ ବୋଲି କୁହାଯାଇଛି। ପ୍ରେସମିଟ୍ରେ ମିଳିତ ମଞ୍ଚ ଓଡ଼ିଶା ଠିକାଦାର ମହାସଂଘର ଚେତାବନୀ। ରାଜଧାନୀ ରାଜରାସ୍ତାରେ ବିଶାଳ ସମାବେଶ କରିବ ମହାସଂଘ।
୫- ରାଜ୍ୟ ସରକାର ୫ ଜଣ ଓଏଏସ୍ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ମହାକାଳପଡାର ପୂର୍ବତନ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପୁରୀରେ ଡେପୁଟି କଲେକଟର୍ ନିଯୁକ୍ତି କରିଛନ୍ତି। ଆଠଗଡର ପୂର୍ବତନ ବିଡିଓ ପ୍ରଦୀପ ସାହୁଙ୍କୁ ଅନୁଗୁଳର ଡେପୁଟି କଲେକ୍ଟର ଭାବେ ଦାୟିତ୍ବ ଦିଆଯାଇଛି।
୬- ସଂସଦର ବଜେଟ୍ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଉଭୟ ଗୃହକୁ ମାର୍ଚ୍ଚ ୯ ତାରିଖ ଯାଏଁ ମୁଲତବୀ ଘୋଷଣ କରାଯାଇଛି।ମାର୍ଚ୍ଚ ୯ରୁ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ୍ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।
୭- ରାଜ୍ୟରେ ଏବେ ଉପରମୁହାଁ ପାରଦ। ଶୁକ୍ରବାର ରାତିରେ ଓଡ଼ିଶାର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇ ନାହିଁ। ତେବେ, ଆଭ୍ୟନ୍ତରୀ ଓଡ଼ିଶାର ଜିଲ୍ଲା ଗୁଡିକର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିବ। ଅବଶିଷ୍ଟ ଓଡ଼ିଶାର ରାତି ତାପମାତ୍ରା ସ୍ବାଭାବିକ୍ ରହିଛି।
୮- ଆଜି ୨୦ ତମ ଭବ୍ୟ ତୋଷାଳି ସ୍ବଦେଶୀ ମେଳାରେ ଶୁଭ ଉଦଘାଟନ ହେବ। ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିବେ।
୯- ଟି-୨୦ ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷ ହାଇଭୋଲ୍ଟେଜ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟର ଅଭିଷେକ ଶର୍ମା ଅସୁସ୍ଥତା କାରଣରୁ ଆଗାମୀ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ରୁ ବାଦ୍ ପଡ଼ିପାରନ୍ତି। ଏନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଙ୍କେତ ଦେଇଛନ୍ତି। ରବିବାର କଲୋମ୍ବୋରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି।
୧୦- ଆସନ୍ତା ୧୬ ତାରିଖ ସୋମବାର ଦିନ ହାଇକୋର୍ଟ ଛୁଟି ରହିବ। ରବିବାର ମହାଶିବରାତ୍ରୀ ହୋଇଥିବାରୁ ଏହା ପରଦିନ ଏହି ଛୁଟି ଘୋଷଣା କରାଯାଇଛି। ସୋମବାର କୋର୍ଟ ଛୁଟି କରାଯାଉଥିବାରୁ ଏହା ବଦଳରେ ଆସନ୍ତା ମେ ୨ ତାରିଖ ଦିନ ଶନିବାର କୋର୍ଟ ଖୋଲା ରହି ସ୍ବାଭାବିକ୍ କାର୍ଯ୍ୟ ହେବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି।
୧୧- ରାଜଭବନ ସହିତ ସାଧାରଣ ଜନତାଙ୍କ ସମ୍ପର୍କକୁ ଅଧିକ ସହଜ ଓ ସ୍ୱଚ୍ଛ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି। ଶୁକ୍ରବାର ଦିନ ସେ ‘e-Lok Bhavan Odisha App’ ର ଶୁଭାରମ୍ଭ କରିଛନ୍ତି। ଏହି ଅଭିନବ ପ୍ରୟାସ ମାଧ୍ୟମରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲୋକଭବନରେ ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ନିଯୁକ୍ତି ଏବଂ ପରିଦର୍ଶକ ପରିଚାଳନା ବ୍ୟବସ୍ଥା (Automated Appointment & Visitor Management System) କାର୍ଯ୍ୟକାରୀ କରିଛି।
୧୨- ରାଜ୍ୟରେ ଏବେ ଉପରମୁହାଁ ପାରଦ। ଶୁକ୍ରବାର ରାତିରେ ଓଡ଼ିଶାର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇ ନାହିଁ। ତେବେ, ଆଭ୍ୟନ୍ତରୀ ଓଡ଼ିଶାର ଜିଲ୍ଲା ଗୁଡିକର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିବ। ଅବଶିଷ୍ଟ ଓଡ଼ିଶାର ରାତି ତାପମାତ୍ରା ସ୍ବାଭାବିକ୍ ରହିଛି।
💐ଫୁଲ୍ଓ୍ବାମା ଆକ୍ରମଣରେ ଦେଶ ପାଇଁ ଶହିଦ୍ ହୋଇଥିବା ସବୁ ବୀର ଯବାନ ମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ 🙏💐