BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କଟକ-ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଢିଲା।

ଭୁବନେଶ୍ୱର,୧୯ା୪(ବ୍ୟୁରୋ):ସଂକ୍ରମଣ ରୋକିବାକୁ କଟକ ଓ ଭୁବନେଶ୍ୱର ରାତ୍ର କର୍ଫ୍ୟୁ ସହ ୧୪୪ ଧାରା ଲାଗୁ କରାଯାଇଛି। ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଦ୍ୱୈତନଗରୀର ପୂରା କମିଶନରେଟ ପୋଲିସ ହାତରେ ରହୁଛି। ଶନିବାର ପ୍ରଥମ ରାତିରେ କର୍ଫ୍ୟୁ କଟକଣା ଅପେକ୍ଷା ପୋଲିସ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା। ହେଲେ ରବିବାର ଦ୍ୱିତୀୟ ରାତିରେ ମଧ୍ୟ ସେପରି କଡ଼ା ନ ଥିଲା। ଭୁବନେଶ୍ୱର ପିଏମଜି, ମାଷ୍ଟରକ୍ୟାଣ୍ଟିନ, କଳ୍ପନା ଛକ, ସାମନ୍ତରାପୁର, ରସୁଲଗଡ, ପଳାଶୁଣୀ, ପାହାଳ, ଶହୀଦନଗର, ଜୟଦେବ ବିହାର, ସିଆରପି, ଗଙ୍ଗନଗର, ଗୋପବନ୍ଧୁ ଛକ, ଖଣ୍ଡଗିରି, ବରମୁଣ୍ଡା, ପଟିଆ, ଡମଣା, କିଟ ଛକରେ ପୋଲିସ ବ୍ଲକିଂ କରି ଯାଞ୍ଚ କରୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଢ଼ିଲା ଥିଲା। ଅମାନିଆ ଭାବେ ନାନା ବାହାନାରେ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଥିଲା। ଅଧିକାଂଶ ଛକରେ ଯାଞ୍ଚ ନ ଥିବାରୁ ଏହା ସେମାନଙ୍କ ପାଇଁ ସୁଯୋଗ ପାଲଟିଥିଲା। ସେହିପରି ରବିବାର ରାତିରେ ସିଡ଼ିଏ ବେଲ୍‌ଭ୍ୟୁ ଛକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯାଞ୍ଚ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ କୌଣସି କାମ ନ ଥିଲେ ଗାଡ଼ି ଚାଳକଙ୍କୁ ବାହାରେ ନ ବୁଲିବା ପାଇଁ କହିଥିଲେ।
ଅନ୍ୟପକ୍ଷରେ ରାତିରେ କର୍ଫ୍ୟୁ ଥିବାରୁ ଲୋକେ ସକାଳୁ ରାତି ପର୍ଯ୍ୟନ୍ତ ଖୁଲମ୍‌ଖୁଲା ବୁଲୁଛନ୍ତି। ବିଶେଷକରି ସନ୍ଧ୍ୟାରେ ହାଟ, ବଜାରରେ ଭିଡ଼ ଜମାଉଛନ୍ତି। ସଂକ୍ରମଣ ରୋକିବା ପାଇଁ ସରକାର ଓ ପ୍ରଶାସନର ସବୁ ଉଦ୍ୟମ ବେକାର ହେଉଛି। ରବିବାର ଥିବାରୁ ସକାଳେ ଆମିଷ ବଜାରରେ ଭିଡ଼ ହୋଇଥିଲା। ସେହିପରି ଅପରାହ୍ନରୁ ବିଭିନ୍ନ ହାଟ, ବଜାର, ମଲ୍‌ରେ ଭିଡ଼ ହୋଇଥିଲା। ବିଏମ୍‌ସି କିମ୍ବା ପୋଲିସ ପକ୍ଷରୁ ସେପରି ଯାଞ୍ଚ ହୋଇ ନ ଥିଲା।