BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୮ ନମ୍ବର ଓ୍ବାର୍ଡ ବୁଲିଲେ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ।

ଭୁବନେଶ୍ୱର ୧୩/୦୧(ଓଡ଼ିଆ ନ୍ୟୁଜ): ଉତ୍ତର ଭୁବନେଶ୍ୱର ଅନ୍ତର୍ଗତ ୮ ନମ୍ବର ୱାର୍ଡ ବୁଲି ନିର୍ମାଣ କାର୍ଯ୍ୟ ଦେଖିବା ସହିତ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପ୍ରତିଶୃତି ଦେଲେ ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ।

ଚନ୍ଦ୍ରଶେଖରପୁର, ଡିଷ୍ଟ୍ରିକ୍ଟ ସେଣ୍ଟର, ନିଳାଦ୍ରି ବିହାର କିଛି ଅଂଶ, ଡମଣା ହାଟ, ବିଭିନ୍ନ ବସ୍ତିକୁ ନେଇ ଗଠିତ ୮ ନମ୍ବର ୱାର୍ଡ ବୁଲି ଡ୍ରେନ, ଷ୍ଟ୍ରିଟ୍ ଲାଇଟ୍‌, ରାସ୍ତା ଓ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି ବିଏମ୍‌ସି କମିଶନର । ପ୍ରଥମେ ଡିଷ୍ଟ୍ରିକ୍ଟ ସେଣ୍ଟର ବୁଲିବା ସହିତ ସମସ୍ତ ରାସ୍ତା ଓ ଇ ପରିସ୍ରାଗାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ଠାରେ ଶେଷ ହେବାକୁ ଥିବା ଜଗନ୍ନାଥ ସଡକର ମାନ ପରୀକ୍ଷା କରିବା ସହିତ ରାଧାକୃଷ୍ଣ ଲେନ୍ ବସ୍ତିରେ ଅଙ୍ଗନବାଡି କେନ୍ଦ୍ର, ଡ୍ରେନ ଓ ଦୁର୍ଗା ମଣ୍ଡପ ଠାରେ ସର୍ବସାଧାରଣ ପରିସ୍ରାଗାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ନୀଳାଦ୍ରି ବିହାର ସେକ୍ଟର-୧ ଠାରେ ନିର୍ମିତ ହେଉଥିବା ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସହରାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମହିଳା ଆଶ୍ରୟ ସ୍ଥଳ ବୁଲି ଦେଖିବା ସହିତ ଗୋପବନ୍ଧୁ ମିନି ଷ୍ଟାଡିୟମର ଉନ୍ନତି ଓ ଏହାକୁ ସଂଯୋଗ କରୁଥିବା ରାସ୍ତାର ମରାମତି ପାଇଁ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଡମଣା ହାଟଠାରେ ପଡି ରହିଥିବା ଅଳିଆ ଗଦାକୁ ତାଙ୍କ ଉପସ୍ଥିତିରେ ସଫେଇ କରିଥିଲେ ା ସେହିପରି ଆର୍ଯ୍ୟ ବିହାର ଓ ଅନ୍ୟାନ୍ୟ ସ୍ଥାନ ବୁଲି ଲୋକମାନଙ୍କ ସମସ୍ୟା ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍ତର ଜୋନର ଡେପୁଟି କମିଶନର ପୁରନ୍ଦର ନନ୍ଦ, ସିଭିଲ, ଡ୍ରେନ ଓ ଇଲେକ୍ଟ୍ରି ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ା

କମିଶନର ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦାମାନେ ପ୍ରଶଂସା କରିବା ସହିତ ଆଠ ନମ୍ବର ଓ୍ବାର୍ଡର ଉନ୍ନତି ପାଇଁ ସଦାସର୍ବଦା ଆପ୍ରାଣ ଉଦ୍ୟମ ଜାରିରଖିଥିବା ଉତ୍ତର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ମନୋଜ କୁମାର ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି ।