BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଆସୋସିଏସନର ସମ୍ମିଳନୀ

ଭୁବନେଶ୍ୱର : କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ସେବା ନିବୃତ ଯବାନ ଓ୍ଵେଲଫେୟାର ଆସୋସିଏସନ ଓଡିଶା ଶାଖାର ତୃତୀୟ ବାର୍ଷିକ ସମ୍ମିଳନୀ ସିଆରପି ଗ୍ରୁପ୍ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ସେବା ନିବୃତ ଆଇଜି ଆର ଏନ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ବିଗତ ବର୍ଷରେ ପରଲୋକ ଘଟିଥିବା ସଭ୍ୟଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।

ସଙ୍ଗଠନର ୩ଜଣ ବରିଷ୍ଠ ସଦସ୍ୟ ଡ. ସନାତନ ତ୍ରିପାଠୀ, ଅକ୍ଷୟ ସ୍ୱାଇଁ ଓ ମଧୁସୂଦନ ଛୋଟରାୟଙ୍କୁ ସମ୍ମାନିତ କରାଯାଇଥିଲା । ସଙ୍ଗଠନର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ମହାପାତ୍ର ପରିଚାଳନା କରିଥିଲେ । ସଙ୍ଗଠନର ବିଭିନ୍ନ ସାମାଜିକ କାର୍ଯ୍ୟ ନିମନ୍ତେ ଟି ସାର୍ଟ ଉନ୍ମୋଚିତ ହୋଇଥିଲା ।ଏହି ଅବସରରେ ଆସନ୍ତା ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲା । ସଭାପତି ଭାବେ ଆର ଏନ ମିଶ୍ର, ଉପସଭାପତି ଏ କେ ଦାଶ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ମହାପାତ୍ର, ଯୁଗ୍ମ ସମ୍ପାଦକ ସନାତନ ସେନାପତି, ସାଙ୍ଗଠନିକ ସମ୍ପାଦକ ଗୌତମ ବେହୁରା ଓ ୟୁ ଏନ ମହାନ୍ତି ଏବଂ କୋଷାଧ୍ୟକ୍ଷ ଶତ୍ରୁଘ୍ନ ବେହେରାଙ୍କ ସମେତ ୮ ଜଣ କାର୍ଯ୍ୟକାରୀ ସଦସ୍ୟ ଓ ଦୁଇଜଣ ପରାମର୍ଶଦାତା ନିର୍ବାଚିତ ହୋଇଥିଲେ । ଏହି ସମ୍ମିଳନୀରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ସଭ୍ୟମାନେ ଯୋଗଦାନ କରିଥିଲେ ।