BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ନୀଳାଦ୍ରି ବିହାର ସ୍ପୋର୍ଟସ ଦୋକାନରୁ ଚୋରି

ଚନ୍ଦ୍ରଶେଖରପୁର,: ଖେଳାଳି ବେଶରେ ଆସି ଦୋକାନରୁ ଜିନିଷ କିଣିବା ବାହାନାରେ ଚୋରି କଲେ। ଦୋକାନୀ ଜଣକ ସିସିଟିଭି ଦେଖି ଜାଣିବା ପରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ନୀଳାଦ୍ରି ବିହାର ଅଞ୍ଚଳରେ। ସୂଚନା ଅନୁଯାୟୀ ନୀଳାଦ୍ରି ବିହାର ଜିଏ ପ୍ଲେଟରେ ଥିବା ଏକ ସ୍ପୋର୍ଟସ ଦୋକାନକୁ ତିନି ଜଣ ନାବାଳକ ଜିନିଷ କିଣିବା ବାହାନାରେ ଆସିଥିଲେ। ଜଣେ ଦୋକାନୀଙ୍କ ସହିତ ବିଭିନ୍ନ ସାମଗ୍ରୀର ଦାମ ବିଷୟରେ ପଚାରିବା ସହିତ ବିଭିନ୍ନ କଥା କହି ଦୋକାନୀଙ୍କୁ ଅନ୍ୟମନସ୍କ କରାଇଥିଲେ। ଅନ୍ୟ ଜଣେ ଦୋକାନୀଙ୍କ ଗତିବିଧି ଲକ୍ଷ୍ୟ କରି ଇସରା ଦେଇଥିଲା। ତୃତୀୟ ଜଣକ ଦୋକାନୀଙ୍କ ଅନ୍ୟମନସ୍କର ସୁଯୋଗ ନେଇ କିଛି ଖେଳ ସାମଗ୍ରୀ ଚୋରି କରି ନେଇଥିଲେ। ସେମାନେ ଯିବା ପରେ ଦୋକାନୀ ଜଣକ ଭିତରକୁ ଯାଇ ଦେଖିଲା ବେଳକୁ ଥାକରେ କିଛି ଜିନିଷପତ୍ର ଖାଲି ହୋଇଛି।ସନ୍ଦେହ ହେବାରୁ ସେ ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବାରୁ ନାବାଳକ ଜଣକ ଚୋରି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ସହିତ ସିସିଟିଭି ଦୃଶ୍ୟ ଦେଖାଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୋଗ ଗ୍ରହଣ କରିବା ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।