BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସ୍ପ୍ରେ କରି ଲୁଟି ନେଲେ ବାଇକ୍

ଭୁବନେଶ୍ୱର: ଭୁବନେଶ୍ୱରରେ ନିଶାଦିଆ ଲୁଟେରାଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି। ବସ, ଟ୍ରେନ ଓ ଅଟୋରେ ବିଭିନ୍ନ କୌଶଳ ଅବଲମ୍ବନ କରି ଯାତ୍ରୀମାନଙ୍କୁ ଲୁଟ୍ ପାଟ କରି ସର୍ବସ୍ବ ଲୁଟି ନେଉଥିଲେ। ଲୋକମାନେ ସଚେତନ ହେବାରୁ ଲୁଟେରାଙ୍କ କୌଶଳ ବଦଳି ଯାଇଛି। ଏବେ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ ଛାଡ଼ି ନିଛାଟିଆ ରାସ୍ତାରେ ଯାତ୍ରୀମାନଙ୍କୁ ଟାର୍ଗେଟ କରି ଲୁଟୁଛନ୍ତି। ଏମିତି ଏକ ଘଟଣା ଘଟିଛି ନୟାପଲ୍ଲୀ ଥାନା ପଛ ପଟ ରାସ୍ତାରେ। ଦୁର୍ଗା ମଣ୍ଡପ ସମ୍ମୁଖ ରାସ୍ତାରେ ଜଣେ ବ୍ୟକ୍ତିଙ୍କ ମୁହଁରେ କିଛି ତରଳ ପଦାର୍ଥ ସ୍ପ୍ରେ କରି ବାଇକ୍ ଓ ମୋବାଇଲ ଲୁଟିବା ସହିତ ଖୋର୍ଦ୍ଧାରେ ନେଇ ଫିଙ୍ଗି ଥିବାର ଅଭିଯୋଗ ହୋଇଛି ନୟାପଲ୍ଲୀ ଥାନାରେ। ଅଭିଯୋଗକାରୀ ମନୋଜ ପଟ୍ଟନାୟକଙ୍କ ସୂଚନା ଅନୁସାରେ ସେ ଗତ ୨୧ ତାରିଖ ରବିବାର ରାତି ୧୦ଟା ସମୟରେ ନୟାପଲ୍ଲୀରୁ ଶୈଳଶ୍ରୀବିହାର ଘରକୁ ଫେରୁଥିଲେ। ନୟାପଲ୍ଲୀ ଦୁର୍ଗା ମଣ୍ଡପ ସମ୍ମୁଖ ରାସ୍ତାରେ ଆସୁଥିବା ସମୟରେ କ୍ରାଉନ ହୋଟେଲ ପାର ହେବା ପରେ ଫୁଟ ଓଭର ବ୍ରିଜ ପାଖାପାଖି ତାଙ୍କ ମୁହଁରେ କିଛି ତରଳ ପଦାର୍ଥ ପଡ଼ିଥିଲା। ସେ ଅଳ୍ପ କିଛି ବାଟ ଗଲାପରେ ମୁଣ୍ଡ ବୁଲାଇ ଗାଡ଼ି ସହିତ ତଳେ ପଡି ଯାଇଥିଲେ। ଏହା ପରେ ହୋସ ଆସିଲା ବେଳକୁ ସେ ନ୍ୟୁ ଖୋର୍ଦ୍ଧା ଓଭର ବ୍ରିଜ ଫୁଟପାତରେ ପଡ଼ି ଥିବାର ଜାଣିବାକୁ ପାଇଥିଲେ। ତାଙ୍କ ପାଖରେ ଗାଡ଼ି ନଥିଲା କି ମୋବାଇଲ ନଥିଲା। ସେ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ପାଖକୁ ଯାଇ ସାହାଯ୍ୟ ମାଗିଥିଲେ। ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସାହାଯ୍ୟ ସହଯୋଗରେ ଆସି ଘରେ ପହଞ୍ଚିଥିଲେ। ସ୍ବାସ୍ଥ୍ୟ ଅବସ୍ଥା ପୁଣି ଖରାପ ହେବାରୁ ସେ ଚିକିତ୍ସିତ ହେଉଥିଲେ। ଟିକେ ଭଲ ହେବାରୁ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତିି।