BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଧରା ପଡିଲେ ବାଇକ୍ ଚୋରଗ୍ୟାଙ୍ଗ

ଭୁବନେଶ୍ୱର : ରାଜଧାନୀରେ କିଛି ମାସ ହେଲା ବାଇକ ଚୋରି ଘଟଣାରେ ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ ଏକ ଗ୍ୟାଙ୍ଗକୁ ଧରିଛି। କ୍ୟାପିଟାଲ ଥାନା ପୋଲିସ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ତଥା ମେକାନିକଙ୍କ ସହ ୩ଜଣ କବାଡିଆଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ ହେଲେ ସୁକାନ୍ତ କୁମାର ରେଡ୍ଡୀ। ତାଙ୍କ ଘର ଗଞ୍ଜାମ ଜିଲାରେ ହୋଇଥିବା ବେଳେ ସେ ଲିଙ୍ଗରାଜ ଥାନା ଅଞ୍ଚଳରେ ରୁହନ୍ତି। ସେହିପରି ଅନ୍ୟ ୩ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ପୂର୍ବମେଦିନପୁର ଜିଲାର ସୌମିତ୍ର ଦାସ, ଗୁଣଧର ମିରାଦ ଓ ସୋମନାଥ ଦାସ। ଅଭିଯୁକ୍ତଙ୍କଠାରୁ ୧୬ଟି ଚୋରା ବାଇକ, ୫୦ରୁ ଅଧିକ ବାଇକ୍‌ର ବିଭିନ୍ନ ଯନ୍ତ୍ରାଂଶ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଅଭିଯୁକ୍ତ ସୁକାନ୍ତ ମୋଟ ୪୦ଟି ବାଇକ୍‌ ଚୋରି କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି।
ଅନୁଯାୟୀ, ସୁକାନ୍ତ ସହରର ଫରେଷ୍ଟ ପାର୍କ, ଆଇଜି ପାର୍କ, ୟୁନିଟ-୧ ହାଟ, ମାର୍କେଟ ବିଲ୍ଡିଂ ଆଦି ଅଞ୍ଚଳରୁ ବାଇକ୍‌ ଚୋରି କରୁଥିଲେ। ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ଢ଼େଙ୍କାନାଳ ଜିଲାର ଶ୍ରୀକାନ୍ତ ପରିଡା ଗତ ଏପ୍ରିଲ ୨୨ ସକାଳେ ଫରେଷ୍ଟ ପାର୍କକୁ ପ୍ରାତଃଭ୍ରମଣ କରିବାକୁ ଯାଇ ତାଙ୍କ ବାଇକ୍‌କୁ ବାହାରେ ପାର୍କିଂ କରିଥିଲେ। ହେଲେ ସେ ଫେରିବା ବେଳକୁ ତାଙ୍କ ବାଇକ ଚୋରି ହୋଇଥିବା ଜାଣିବାକୁ ପାଇ ଥାନାରେ ଏତଲା ଦେଇଥିଲେ। ପୋଲିସ ୨୬ ତାରିଖରେ ଏକ ମାମଲା (ନଂ.୨୬୪/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସ ଟିମ୍‌ ସୁକାନ୍ତଙ୍କୁ ରାଜଧାନୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଗିରଫ କରିଥିଲା। ପଚରାଉଚରା ପରେ ତାଙ୍କ କରିତ୍‌କର୍ମାପଣ ବିଷୟରେ ପୋଲିସ ଜାଣିବା ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଚୋରି ବାଇକ୍‌ ପାର୍କିଂସ୍ଥଳରେ ଲୁଚାଉଥିଲେ
ମାଷ୍ଟରମାଇଣ୍ଡ ସୁକାନ୍ତ ଜଣେ ବାଇକ ମେକାନିକ୍‌ ହୋଇଥିବା ବେଳେ ତାଙ୍କର ଶ୍ରୀରାମ ନଗର ଅଞ୍ଚଳରେ ଗ୍ୟାରେଜ ରହିଛି। ସେ ନିଜ କାମରୁ ସମୟ ବାହାର କରି ରାଜଧାନୀର ବିଭିନ୍ନ ପାର୍କିଂସ୍ଥଳକୁ ଯାଇ କିଭଳି ବାଇକ୍‌ ଚୋରି କରିହେବ ସେନେଇ ଯୋଜନା ପ୍ରସ୍ତୁତ କରଥାନ୍ତି। ପରବର୍ତ୍ତୀ ସମୟରେ ସୁକାନ୍ତ ମାଷ୍ଟର ଚାବି ଦ୍ୱାରା ବାଇକଗୁଡିକୁ ସହଜରେ ଚୋରି କରିନେବାରେ ସଫଳ ହେଉଥିଲେ। ଏପରିକି ପୋଲିସ ନଜରରୁ ବର୍ତ୍ତିବା ପାଇଁ ସେ ନିଜର ଚତୁର ବୃଦ୍ଧି ପ୍ରୟୋଗ କରୁଥିଲେ। ଚୋରି ବାଇକଗୁଡିକୁ ନେଇ ରେଳ ପାର୍କିଂରେ କିମ୍ବା ଅନ୍ୟାନ୍ୟ ଦେୟ ପାର୍କିଂ ସ୍ଥାନରେ ସେ ରଖି ଦେଉଥିଲେ। ୨ ରୁ ୩ ଦିନ ଭିତରେ ପୂନର୍ବାର ଉକ୍ତ ଚୋରି ବାଇକଗୁଡିକୁ ସୁକାନ୍ତ ତାଙ୍କ ଗ୍ୟାରେଜକୁ ଆଣୁଥିଲେ। ଯନ୍ତ୍ରାଂଶ ସାହାଯ୍ୟରେ ବାଇକର ବିଭିନ୍ନ ପାର୍ଟସ ଖୋଲି ଗିରଫ କବାଡ଼ିଆମାନଙ୍କୁ କିଛି ବିକ୍ରି କରୁଥିଲେ। ଆଉ କିଛି ଅନ୍ୟ ବାଇକରେ ଲଗାଇ ଦେଉଥିଲେ।