BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଗୋଲ୍ଡେନ ବାବା କାର ଜବତ କଲା ଇଡି

ଭୁବନେଶ୍ୱର : ବିଭିନ୍ନ ଠକେଇ ମାମଲାରେ ଫେରାର ଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ଏକ ଦାମୀ କାର୍‌କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଜବତ କରିଛି। ଓଡି୦୫ଏଲ୍‌୧୦୦୦ ନମ୍ବର ବିଶିଷ୍ଟ ଏହି କାର୍‌ଟି ଭୁବନେଶ୍ୱର ସିଆର୍‌ପି ଛକ ନିକଟରେ ପାର୍କିଂ ହୋଇଥିବା ବେଳେ ସାରେ ଇଡି ଅଧିକାରୀମାନେ ଏହାକୁ ନିଜ ହେପାଜତକୁ ନେଇଥିଲେ। ବେଆଇନ ଅର୍ଥ କାରବାର ଦିଗକୁ ନେଇ ମାମଲା ରୁଜୁ କରି ତଦନ୍ତ କରୁଥିବା ଇଡିର ଗିରଫଦାରି ଭୟରେ ଗୋଲ୍ଡେନ୍‌ ବାବା ତାଙ୍କ କାର୍‌ ଛାଡ଼ି ସେଠାରୁ ଖସି ପଳାଇ ଯାଇଥିବା ଚର୍ଚ୍ଚା ହେଉଛି। ଜବତ ହୋଇଥିବା କାର୍‌ର ମୂଲ୍ୟ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଇଡି ଟିମ୍‌ ଏହି କାର୍‌କୁ ନୟାପଲ୍ଲୀସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ନେଇଥିବାବେଳେ ଗୁରୁବାର କିମ୍ବା ଶୁକ୍ରବାର ଏ ସଂକ୍ରାନ୍ତରେ ଏଜେନ୍‌ସି ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପାଇଁ ମଧ୍ୟ ଗୋଲ୍ଡେନ ବାବା ୱାଣ୍ଟେଡ୍‌ ଅଛନ୍ତି। ଏପରିକି ଜବତ ହୋଇଥିବା କାର୍‌କୁ ମିଶାଇ ଗୋଲ୍ଡେନ ବାବାଙ୍କ ୪ଟି ଦାମୀ କାର୍‌ ଓ ୨ରୁ ଊର୍ଦ୍ଧ୍ୱ ବିଳାସମୟ ଘର ମଧ୍ୟ ରହିଛି।
ଅନୁଯାୟୀ, ଜ୍ୟୋତି ଟ୍ରେଡିଙ୍ଗ୍‌ ଏଣ୍ଡ୍‌ କୋ. ମାଲିକ ଗୋଲ୍ଡେନ ବାବାଙ୍କ ନାମରେ ଚନ୍ଦ୍ରଶେଖରପୁର, ଶହୀଦନଗର ଆଦି ଥାନାରେ ୮ରୁ ଊର୍ଦ୍ଧ୍ୱ ଠକେଇ ମାମଲା ରହିଛି। ସେ ଏମ୍‌ଏସ୍‌ ନ୍ୟାଶନାଲ ଏଣ୍ଟରପ୍ରାଇଜେସ୍‌ ନାମକ ଏକ ଖଣି କମ୍ପାନୀକୁ ୧୨.୪ କୋଟି ଟଙ୍କା ଠକେଇ କରିଥିବା ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ୨୦୧୮ ଡିସେମ୍ବ ୩୧ରେ ଗୋଲ୍ଡେନ ବାବାଙ୍କୁ ଗିରଫ କରି ଜେଲ ପଠାଇଥିଲା। ହେଲେ ପରେ ସେ ବେଲ୍‌ରେ ଆସି ଫେରାର ହୋଇଯାଇଥିଲେ। କଳାରାହାଙ୍ଗ ଓ ନୀଳାଦ୍ରିବାହାସ୍ଥିତ ଘରକୁ ମଧ୍ୟ ସେ ଆସୁ ନ ଥିଲେ। ଏହାପରେ ଇଓଡବ୍ଲ୍ୟୁରେ ବାବାଙ୍କ ନାମରେ ବହୁ ଠକେଇ ଅଭିଯୋଗ ହୋଇଥିଲା। ଏନେଇ ଇଓଡବ୍ଲ୍ୟୁ ଏକ ମାମଲା (ନଂ.୦୨/୨୦୧୯) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଗୋଲ୍ଡେନ ବାବାଙ୍କୁ ଖୋଜାଖୋଜି କରି ପାଇ ନ ଥିଲା। ପରେ ବେଆଇନ ଅର୍ଥ କାରବାର ଦିଗକୁ ନେଇ ଇଡି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏପରିକି ଇଡି ତାଙ୍କ ୭ଟି ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୫୧ ଲକ୍ଷ ଟଙ୍କା ମଧ୍ୟ ଫ୍ରିଜ କରିଥିଲା। ସେପଟେ ୨୦୨୧ ନଭେମ୍ବର ୨୯ରେ ଇଓଡବ୍ଲ୍ୟୁ ଗୋଲ୍ଡେନ ବାବାଙ୍କୁ ୱାଣ୍ଟେଡ୍‌ ଘୋଷଣା କରିଥିଲା। ଏପରିକି ସୂଚନାଦାତାଙ୍କୁ ପୁରସ୍କାର ମଧ୍ୟ ଦିଆଯିବ ବୋଲି ଉଇଙ୍ଗ୍‌ ପକ୍ଷରୁ ଘୋଷଣା କରାଯାଇଥିଲା। ଏପଟେ ଗୋଲ୍ଡେନ୍‌ ବାବା କିଛିଦିନ ହେଲା ଦିଲ୍ଲୀରୁ ଭୁବନେଶ୍ୱରକୁ ଆସିଥିବା ଇଡି ଖବର ପାଇ ତାଙ୍କୁ ଖୋଜାଖୋଜି କରୁଥିଲା।