BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଗଣମାଧ୍ୟମ ପ୍ରତିନିଧିଙ୍କ ଘରେ ପଶି ଆକ୍ରମଣ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଗୁଳୁଦିଟଶି ଗ୍ରାମର ବାସିନ୍ଦା ଗଣମାଧ୍ୟମ ପ୍ରତିନିଧି ଦଶରଥ ବାରିକଙ୍କୁ ଗୁରୁବାର ରାତିରେ ତାଙ୍କ ଘରେ ପଶି ଆକ୍ରମଣ କରାଯାଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗୁରୁବାର ରାତି ୮ ଟା ସମୟରେ ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ଗ୍ରାମର ରାଧି ମଣ୍ଡଳ ଓ ୩ ଜଣ ପୁରୁଷ, ୨ଜଣ ଯୁବତୀ ଓ ଜଣେ ବିଧବା ମହିଳା ଅଚାନକ ଦଶରଥ ବାରିକଙ୍କ ଘରେ ପଶି ତାଙ୍କ ତଣ୍ଟିକୁ ଚିପି ତଳେ ଘୋଷାରି ବିଧା ଗୋଇଠା ମାରିଥିଲେ । ଏହା ଦେଖି ତାଙ୍କ ମାଆ ଛଡ଼ାଇବାକୁ ଚେଷ୍ଟା କରି କରୁଥିବା ବେଳେ ଉଭୟଙ୍କୁ ମାଡ ମାରି ଜୀବନରୁ ଶେଷ କରିଦେବାକୁ କହିଥିଲେ ।
ଏହା ସହ ତାଙ୍କ ମୋବାଇଲକୁ ଛଡାଇ ତଳେ କଚାଡି ଦେଇଥିଲେ । ପରେ ଗାଁ ଲୋକ ପହଞ୍ଚିବାରୁ ସେଠାରୁ ସେମାନେ ପଳାଇଥିଲେ । ତେବେ ଦଶରଥ ବାରିକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବାରୁ ସେ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଥାନାରେ ୨/୨୦୨୩ ରେ ଏକ ମାମଲା ରୁଜୁ କରି ଥାନା ଏଏସଆଇ ମନୋରମା ସ୍ବାଇଁ, ପଦ୍ମାବତୀ ବିଶ୍ବାଳ ସଦଳବଳେ ଖିରେଇଟାଙ୍ଗିରି ଯାଇ ଘଟଣାର ତଦନ୍ତ କରିଛନ୍ତି । ଏନେଇ ପାଟଣା ଥାନାରେ ଦଫା ୪୫୨, ୩୨୩, ୨୯୪ ଓ ୪୨୪ ଆଦିରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।