BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମହିଳା ଏସଆଇ ଆକ୍ରମଣ ଘଟଣାରେ ୩ ଅଟକ

ଭୁବନେଶ୍ୱର,୫ା୧(ବ୍ୟୁରୋ): ମହିଳା ଏସ୍‌ଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଶହୀଦନଗର ଥାନାରେ ଅଟକ ରଖି ପଚରାଉଚରା କରିଛି ପୋଲିସ। ଏଥିସହ ଉକ୍ତ ରାତିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ କାର୍‌କୁ ମଧ୍ୟ ପୋଲିସ ଜବତ କରିଛି। ନୂଆବର୍ଷରେ ଅତ୍ୟଧିକ ମଦ୍ୟପାନ କରି ଅଭିଯୁକ୍ତମାନେ ଏପରି କାଣ୍ଡ ଭିଆଇଥିଲେ। ଏହି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯିବ।

ସୂଚନାଯୋଗ୍ୟ, ନୂଆବର୍ଷ ଦିନ ଡ୍ୟୁଟି ସାରି ବିଳମ୍ବିତ ରାତିରେ ଭୁବନେଶ୍ୱର ମହିଳା ଥାନା ଏସ୍‌ଆଇ ଶୁଭଶ୍ରୀ ନାୟକ ଫେରୁଥିବା ବେଳେ ସାଇନ୍ସ ପାର୍କ ନିକଟରେ ତାଙ୍କ କାର୍‌କୁ ଏକ ଇନୋଭା କାର୍‌ ଧକ୍କା ଦେବା ସହ ଅଟକାଇବାକୁ ଚେଷ୍ଟା କରିଥିଲେ। ଏପରିକି ତାଙ୍କୁ ଖଣ୍ଡା ଦେଖାଇ ଦୁର୍ବୃତ୍ତମାନେ ଭୟଭୀତ ମଧ୍ୟ କରାଇଥିଲେ। ପୋଲିସ ପୋଷାକରେ ଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇଥିଲେ। ଏଥିରେ ଭୟଭୀତ ହୋଇ ଏସ୍‌ଆଇ ପୋଲିସ ବାରାକ୍‌ ଭିତରକୁ ପଶିଯାଇଥିଲେ। ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ଯୋଗୁ ଦୁର୍ବୃତ୍ତମାନେ ଛାଡ଼ି ଚାଲିଯାଇଥିଲେ। ଏନେଇ ଏସ୍‌ଆଇ ଶହୀଦନଗର ଥାନାରେ ଏତଲା ଦେଇଥିଲେ। ଏହାକୁ ଆଧାର କରି ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।