BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୩ ଜଣ ଡକାୟତଙ୍କୁ ମାଡ଼ି ବସିଲା ମଞ୍ଚେଶ୍ବର ଥାନା ପୁଲିସ

ଭୁବନେଶ୍ୱର: ରାଜଧାନୀରେ ଡକାୟତି ପାଇଁ ସମେଇଗଡିଆ ଅଞ୍ଚଳରେ ଯୋଜନା କରୁଥିବା ବେଳେ ମାଡ଼ି ବସିଲା ମଞ୍ଚେଶ୍ଵର ଥାନା ପୁଲିସ। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଜବତ କରିବା ସହିତ ଉକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ସୂଚନାଯୋଗ୍ୟ ଯେ, ମଞ୍ଚେଶ୍ଵର ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ସନ୍ଧ୍ୟାକାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ସମେଇଗଡିଆ ଅନ୍ତର୍ଗତ ସୋମନାଥ ୟୁଥ କ୍ଲବ ପଛ ପାଖରେ ଥିବା ଏକ ଶୂନଶାନ ଜାଗାରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ଏକତ୍ର ହୋଇ ସଶସ୍ତ୍ର ଡକାୟତି କରିବା ନିମନ୍ତେ ପ୍ରାକ ପ୍ରସ୍ତୁତି କରୁଥିବା ନେଇ ସୂଚନା ପାଇଥିଲେ । ଏହି ସୂଚନା ପାଇବା ପରେ ପେଟ୍ରୋଲିଙ୍ଗ ଟିମ ଘଟଣା ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ୩ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ସେମାନଙ୍କ ନିକଟରୁ ୨ଟି ମୋଟରସାଇକେଲ ଏବଂ ଡକାୟତିରେ ବ୍ୟବହାର ଲାଗି ପାଖରେ ରଖି ଥିବା ଗୋଟିଏ ଲୁହା ଛଡ, ୨ଟି କଟୁରୀ, ଗୋଟିଏ ଖଣ୍ଡା ଏବଂ କିଛି ଲଙ୍କା ଗୁଣ୍ଡ ପ୍ୟାକେଟ ଜବତ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ, ବିଳମ୍ବିତ ରାତିରେ ଭୁବନେଶ୍ଵର ସହର ମଧ୍ୟରେ ଡକାୟତି କରିବା ଲାଗି ଉକ୍ତ ସ୍ଥାନରେ ଯୋଜନା କରୁଥିବା କଥା ସ୍ଵୀକାର କରିଥିଲେ । ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅନେକ ମାମଲା ମାନ ରହିଛି । ସେଥି ମଧ୍ୟରୁ ଅଭିଯୁକ୍ତ ସାଜନ ସମନ୍ୱୟଙ୍କ ନାମରେ ମଞ୍ଚେଶ୍ଵର ଥାନାରେ ୩ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ରାଉତଙ୍କ ନାମରେ ମଞ୍ଚେଶ୍ଵର ଥାନା ଓ ଶହୀଦନଗର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି ଏବଂ ଅଭିଯୁକ୍ତ ଜୀବନଜ୍ୟୋତି ମହାନ୍ତିଙ୍କ ନାମରେ ମଞ୍ଚେଶ୍ଵର ଥାନାରେ ଗୋଟିଏ ମାମଲା ରହିଛି । ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।