BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅର୍ଚ୍ଚନା ନାଗ ମାମଲା, ଆସିଲା ଫରେନ୍ସିକ ରିପୋର୍ଟ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଜବତ ଡିଜିଟାଲ୍ ଡିଭାଇସର ଫରେନ୍ସିକ ରିପୋର୍ଟ ଆସିଛି । ଆଜି ରାଜ୍ୟ ଅପରାଧି ବିଧି ବିଜ୍ଞାନ ପକ୍ଷରୁ ଜବତ ଡିଜିଟାଲ୍ ଡିଭାଇସର ଆନାଲିସିସ୍ ରିପୋର୍ଟ କପି କୋର୍ଟ ସହ ପୋଲିସକୁ ପ୍ରଦାନ କରାଯାଇଛି । ଅର୍ଚ୍ଚନାଙ୍କ ଘରୁ ଜବତ ହାର୍ଡଡିସ୍କର ତଥ୍ୟ ସହ ପେନ୍ ଡ୍ରାଇଭ୍, ମୋବାଇଲ୍, ଲାପଟପ ଓ ଟାବଲେଟ୍ସରେ କଣ ସବୁ ଥିଲା ? କଣ ସବୁ ଡିଲିଟ୍ କରାଯାଇଛି । ସେସବୁର ରିପୋର୍ଟ ପୋଲିସ ସହ କୋର୍ଟଙ୍କୁ ଦିଆଯାଇଛି । ବିଶେଷକରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲରୁ ଡିଲିଟ୍ ହୋଇଥିବା ଚାଟ୍, ଲାପଟପରୁ ଡିଲିଟ୍ ହୋଇଥିବା ଡାଟା ଓ ପେନଡ୍ରାଇଭର ରିଟ୍ରାଇଭ ଡାଟାକୁ ରିକଭର କରାଯାଇଛି । ଯେଉଁଥିରୁ ତଦନ୍ତ ପାଇଁ ଅନେକ କ୍ଲୁ ମିଳିଥିବା କୁହାଯାଉଛି ।