BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଗିରଫ ହେଲା ଟୁଙ୍ଗୁରୁ ଭୋଳ

ଭୁବନେଶ୍ୱର : ଜଣେ ମହିଳାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ଉକ୍ତ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଗୁରୁବାର ସମ୍ପୃକ୍ତ ପ୍ରେମିକ ଫୁଲେଶ୍ବରୀ ବସ୍ତିରେ ରହୁଥିବା ଗଞ୍ଜାମ ଜିଲା ହିଞ୍ଜିଳିକାଟୁର ଆଲୋକ ଭୋଳ ଓରଫ ଟୁଙ୍ଗୁରୁକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଫୁଲେଶ୍ବରୀ ବସ୍ତିରେ ବାପାମା’ଙ୍କ ସହ ଟୁଙ୍ଗୁରୁ ରହିବା ସହ ଅଟୋ ଚଳାଉଥିଲା। ଏହି ସମୟରେ ଭରତପୁର ଅଞ୍ଚଳର ଜଣେ ମହିଳାଙ୍କ ସହ ଦେଖା ହୋଇ ପରିଚୟ ହୋଇଥିଲା। ପରେ ଫୋନ୍‌ ନମ୍ବର ଦିଆନିଆ ସହ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ପୃକ୍ତ ମହିଳା ନିଜ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ଟୁଙ୍ଗୁରୁ ସହ ସଂସାର କରିବାକୁ ଦାବି କରିଥିଲେ। ଅନ୍ୟସ୍ଥାନରେ ଟୁଙ୍ଗୁରୁର ବିବାହ ଠିକ୍ ହେବା ଜାଣି ପ୍ରଥମେ ମହିଳା ଜଣକ ଥାନାର ଦ୍ବାରସ୍ଥ ହୋଇଥିଲେ। ଥାନା ସମ୍ମୁଖରେ ଫୁଲମାଳ, ଶଙ୍ଖା ସିନ୍ଦୂର ଧରି ଟୁଙ୍ଗରୁକୁ ବିବାହ ପାଇଁ ଜିଦ୍‌ ଧରି ବସିଥିଲେ। ପୁଲିସ ବୁଝାସୁଝା କରି ଉଭୟଙ୍କୁ ଛାଡ଼ିଥିଲା। ହେଲେ କିଛି ଦିନ ତଳେ ଅନ୍ୟତ୍ର ବିବାହ କଥାବାର୍ତ୍ତା ହେବା ପାଇଁ ଟୁଙ୍ଗୁରୁ ତାଙ୍କୁ ଘରକୁ ଡାକିଥିଲା। ଏହି କଥାକୁ ମହିଳା ସହଜରେ ଗ୍ରହଣ କରିନଥିଲେ। ଶେଷରେ ଆଉ ଜଣେ ମହିଳାଙ୍କୁ ସାଙ୍ଗରେ ନେଇ ତାଙ୍କ ଘରେ ଟୁଙ୍ଗୁରୁ ପହଞ୍ଚି ସାଙ୍ଗରେ ଆସିବାକୁ କହିଥିଲା। ମହିଳା ଜଣକ ଟୁଙ୍ଗୁରୁ ଘରକୁ ଆସିଥିଲେ। ସେ ଆସିବା ପରେ ଟୁଙ୍ଗୁରୁ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ ଉକ୍ତ ଦୃଶ୍ୟର ଚିତ୍ର ଉତ୍ତୋଳନ କରିଥିଲା। ପରେ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରି ସେଠାରୁ ତଡ଼ି ଦେଇଥିଲା। ଉକ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଟୁଙ୍ଗୁରୁ ପ୍ରଘଟ କରିଦେଇଥିଲା। ଏନେଇ ମହିଳା ଜଣକ ପୁଣି ଥରେ ଭରତପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଗୁରୁବାର ଟୁଙ୍ଗୁରୁକୁ ଗିରଫ କରି ଅଦାଲତ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଥାଉକି, ଗତ ଦେଢ଼ମାସ ହେଲା ଟୁଙ୍ଗୁରୁ ପ୍ରେମ ମାମଲା ରାଜଧାନୀ଼ ସମେତ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।