BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଛାତ୍ର ନିଖୋଜ ଘଟଣାର ନୂଆ ମୋଡ଼, କାର୍ଯ୍ୟାନୁଷ୍ଠାନ ହେବ : ଡିସିପି

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳର ଏକ ଘରୋଇ କଲେଜରୁ ଯୁକ୍ତ୨ ଛାତ୍ର ବାଲେଶ୍ୱରର ହୃଦୟେଶ ପଣ୍ଡା ନିଖୋଜ ହେବା ଘଟଣା ରବିବାର ନୂଆ ମୋଡ଼ ନେଇଛି। ପରିବାର ପକ୍ଷରୁ ମିଛ ଅଭିଯୋଗ କରାଯାଇଥିବା ପୋଲିସ କହିଛି। ହୃଦୟେଶ ନିଖୋଜ ହୋଇ ନ ଥିଲେ, ବରଂ କଲେଜ ପକ୍ଷରୁ ବକେୟା ଫି’ ମଗାଯିବାରୁ ସେ ହଷ୍ଟେଲରୁ ପଳାଇ ଆସି ନିକଟସ୍ଥ ହୋଟେଲ ସୁରଜ ପ୍ୟାଲେସ୍‌ରେ ରହିଥିଲେ। ପରେ ସେ ଘରକୁ ଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ରବିବାର ସୂଚନା ଦିଆଯାଇଛି।
ପୋଲିସ କହିବା ଅନୁଯାୟୀ, ହଷ୍ଟେଲର ୯୫ ହଜାର ବକେୟା ଫି’ ମଗାଯିବାରୁ ହୃଦୟେଶ କଲେଜ କର୍ତ୍ତୃପକ୍ଷଙ୍କୁ କହି ଶୁକ୍ରବାର ସାରେ ତାଙ୍କ ଆସବାବପତ୍ର ଧରି ହଷ୍ଟେଲ ଛାଡ଼ିଥିଲେ। ନିକଟରେ ଥିବା ସୁରଜ ପ୍ୟାଲେସକୁ ଆସି ରୁମ ନଂ.୧ରେ ରହିଥିଲେ। ହୋଟେଲ ରିସିପ୍‌ଶନ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ମୋବାଇଲରୁ ତାଙ୍କ ବାପାଙ୍କୁ ଫୋନ କରି ଜଣାଇଥିଲେ। ଶନିବାର ସକାଳେ ହୋଟେଲକୁ ଆସି ତାଙ୍କ ମା’ ଓ ସମ୍ପର୍କୀୟମାନେ ହୃଦୟେଶଙ୍କୁ ଦେଖାକରି ହଷ୍ଚେଲ ଯାଇଥିଲେ। ଏହାପରେ ସେମାନେ କଲେଜ ଯାଇ ହଷ୍ଟେଲ ମ୍ୟାନେଜରଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ବାପା ରାମକୃଷ୍ଣ, ମା’ ରାତିରେ ଥାନାକୁ ଆସି ହୃଦୟେଶ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ତଦନ୍ତବେଳେ ହୋଟେଲ ସିସିଟିଭିରୁ ପୋଲିସ ହୃଦୟେଶଙ୍କ ରହଣି, ମା’ ଓ ସମ୍ପର୍କୀୟଙ୍କ ଉପସ୍ଥିତି ଜାଣିବାକୁ ପାଇଥିଲା। ତେବେ ବାପା-ମା’ଙ୍କ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ମିଛ ଅଭିଯୋଗ ହୋଇଥିବା ସ୍ପଷ୍ଟ ହେବା ପରେ ପଚରାଉଚରା ପାଇଁ ପୋଲିସ ସେମାନଙ୍କୁ ଥାନାକୁ ଡକାଇଛି। ଡିସିପି ପ୍ରତୀକ ସିଂ କହିଛନ୍ତି, ତଦନ୍ତକୁ ତ୍ୱରାନ୍ବିତ କରାଯାଉଛି। ଉଦ୍ଦେଶ୍ୟ ଜଣାପଡ଼ିଲା ପରେ ଛାତ୍ରଙ୍କ ମା’ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରାମକୃଷ୍ଣଙ୍କ ପୁଅ ହୃଦୟେଶ ଉକ୍ତ ଘରୋଇ କଲେଜ ହଷ୍ଟେଲରେ ରହି ଯୁକ୍ତ ୨ ବିଜ୍ଞାନରେ ପାଠ ପଢ଼ନ୍ତି। ତାଙ୍କର ଏହା ଦ୍ୱିତୀୟ ବର୍ଷ ଥିଲା। ଶନିବାର ହୃଦୟେଶ ହଷ୍ଟେଲରୁ ନିଖୋଜ ହୋଇଯାଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।