BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ନନ୍ଦିନୀଙ୍କ ନାମରେ ଋଜୁ ହେଲା ମାମଲା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ସର୍ବସମ୍ମୁଖରେ ସ୍ବାମୀ ବଳରାମ ସାହୁଙ୍କୁ ଚାପୁଡ଼ା ମାରି ଫେରାର ହୋଇଯାଇଥିବା ନବବଧୂ ନନ୍ଦିନୀଙ୍କ ନାଁରେ ଭରତପୁର ଥାନା ପୋଲିସ ଗୁରୁବାର ଠକେଇ(ଦଫା ୪୨୦)ରେ ଏକ ମାମଲା (ନଂ. ୧୯୨/୨୨) ରୁଜୁ କରି ତଦନ୍ତ ଚଳାଇଛି। ବଳରାମ ଭରତପୁର ଥାନା ଅଞ୍ଚଳରେ ରୁହନ୍ତି। ଗତ ୧୨ତାରିଖରେ ପୁରୀ ଜିଲା ପିପିଲି ଅଞ୍ଚଳର ନନ୍ଦିନୀ ନାମ୍ନୀ ଯୁବତୀଙ୍କୁ ସେ ବିବାହ କରିଥିଲେ। ସେହି ରାତିରେ ନନ୍ଦିନୀ ବିବସ୍ତ୍ର ହୋଇ କାହା ପାଖକୁ ଭିଡିଓ କଲିଂ କରୁଥିବା ସେ ଦେଖିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ୧୩ ତାରିଖରେ ନନ୍ଦିନୀ ମନ୍ଦିର ଯିବାକୁ କହିଥିଲେ। ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚତ୍ବା ପରେ ସେଠାରୁ ସେ ବାପଘର ଲୋକଙ୍କ ସହ ଚାଲିଯିବାକୁ ଚେଷ୍ଟା କରିଥିଲେ। ଏହାକୁ ବଳରାମ ଅଟକାଇବାରୁ ନନ୍ଦିନୀ ଏବଂ ତାଙ୍କ ପରିବାର ଲୋକେ ନିସ୍ତୁକ ମାଡ଼ ମାରି ଝିଅକୁ ନେଇ ଚାଲିଯାଇଥିଲେ। ଏହାପରେ ଘଟଣା ସଂକ୍ରାନ୍ତରେ ବଳରାମ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ପରେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭରତପୁର ପୋଲିସ ମାମଲା ରୁଜୁ କରିଛି।