BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଲୁଟତରାଜ ଅଭିଯୋଗରେ ୨ ଜଣ ଗିରଫ

ଭୁବନେଶ୍ୱର : ଲୁଟତରାଜ ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନେ ହେଲେ ବିଜୟ ସାହୁ (ବିଜୁ) ୨୪ ବର୍ଷ ଓ ସିଲୁ ବେହେରା (୨୩ବର୍ଷ)। ଏହି ମାମଲାର ଆଉଜଣେ ଆସାମୀ ଫେରାର ଥିବାବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହିତ ଅଧିକ ତଦନ୍ତ ଚାଲୁ ରହିଛି।
ସୂଚନା ଅନୁସାରେ ନୀଳାଦ୍ରି ବିହାର ସେକ୍ଟର ଓ୍ବାନରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ଅଭିଯୋଗକାରୀ ଜଣକ ଚାକିରୀ କରନ୍ତି । ଘଟଣା ଦିନ ରାତିରେ ସେ ନିଜ ଡ୍ୟୁଟି ସାରି ନୀଳାଦ୍ରି ବିହାରରେ ଥିବା ଭଡା ଘରକୁ ଫେରୁଥିବା ବେଳେ ଏଟିଏମ ଛକ ନିକଟରେ ବିଜୁ, ସିଲୁ ଓ ଅନ୍ୟଜଣେ ଏକ ହୋଣ୍ଡାସାଇନ ମୋଟର ସାଇକେଲରେ ଆସି ତାଙ୍କୁ ଏଟିଏମ୍ ଛକରେ ଅଟକାଇ ନାନାଦି ଧମକ ଚମକ ଦେବା ସହ ତାଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ ଏବଂ ୩୦୦ ଟଙ୍କା ବଳ ପୂର୍ବକ ଛଡାଇ ନେଇ ଯାଇଥିଲେ । ଅଭିଯୋଗକାରୀ ବିରୋଧ କରିବାରୁ ସେମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଧମକ ଦେଇଥିଲେ । ଏହି ଘଟଣାର ଲିଖିତ ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏଟିଏମ ଛକ ନିକଟରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତ ୨ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଖସି ପଳାଇଥିଲେ । ପୁଲିସ ତାଙ୍କ ନିକଟରୁ ଗୋଟିଏ ହୋଣ୍ଡାସାଇନ ମୋଟର ସାଇକେଲ, ଗୋଟିଏ ମୋବାଇଲ ଫୋନ ଏବଂ ୨୦୦ଟଙ୍କା ଜବତ କରିଛନ୍ତି । ପଚରା ଉଚରା ସମୟରେ ଅଭିଯୁକ୍ତ ଦୁହେଁ ନିଜ ଦୋଷ ସ୍ଵୀକାର କରିଥିଲେ। ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହିତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ନିମନ୍ତେ ଚନ୍ଦ୍ରଶେଖରପୁର ଥାନା ପୁଲିସ ତରଫରୁ ଉଦ୍ୟମ ଜାରି ରହିଛି ।