BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମୁଖ୍ୟ ଅଭିଯୁକ୍ତ ରାଜା ଗିରଫ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ନୟାଗଡ଼ ଜିଲା ଟାଉନ୍‌ ଥାନା ଅନ୍ତର୍ଗତ ଉଦୟପଥ ଲେନ୍‌ର ଏକ ଭଡ଼ାଘରୁ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କ ସହଯୋଗୀ ଏମ୍‌.ଡି. ରାଜା ଧରାପଡ଼ିଛନ୍ତି। ମଙ୍ଗଳବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ତାଙ୍କୁ ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳସ୍ଥିତ ନିଜ ଘରୁ ଗିରଫ କରାଯାଇଛି। ପରେ ତାଙ୍କୁ ନୟାଗଡ଼ ଜିଲା ଓ ଦୌରାଜଜ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ୨୦ତାରିଖ ରାତିରେ ଭୁବନେଶ୍ୱର ପାହାଳ କ୍ରସିଂ ନିକଟରୁ ଏସ୍‌ଟିଏଫ୍‌ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଦାସ ଓରଫ ଶିବୁଙ୍କୁ ଗିରଫ କରିଥିଲା। ତେବେ ଏହି ମାମଲାରେ ଏକାଧିକ ବ୍ୟକ୍ତି ସାମିଲ ଥିବା ସୂଚନା ମିଳିଛି। ସେମାନଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଅନୁସନ୍ଧାନ ଜାରି ରଖିଛି।
ସୂଚନା ଅନୁଯାୟୀ, ଶିବୁ ମାଛ ବ୍ୟବସାୟ କରୁଥିବା କହି ଉଦୟପଥ ଲେନ୍‌ରେ ଘରଭଡ଼ା ନେଇ ପରିବାର ସହ ରହୁଥିଲେ। ସେଠାରେ ସେ କେତେଜଣ ଲୋକଙ୍କୁ ରଖି ବ୍ରାଉନସୁଗାର ବ୍ୟବସାୟ କରୁଥିଲେ। ଏନେଇ ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ଜାନୁୟାରୀ ୨୫ ତାରିଖ ରାତିରେ ସେଠାରେ ଚଢ଼ାଉ କରି ଶିବୁଙ୍କ ସହଯୋଗୀ ଭିକି ରାଓଙ୍କୁ ଗିରଫ କରିଥିଲା। ହେଲେ ଚଢ଼ାଉ ପୂର୍ବରୁ ଶିବୁଙ୍କ ସମେତ ସହଯୋଗୀମାନେ ଫେରାର ହୋଇଯାଇଥିଲେ। ଏସ୍‌ଟିଏଫ୍‌ ଉକ୍ତ ଘରୁ ୩ କେଜି ୧୦୦ ଗ୍ରାମର ବ୍ରାଉନସୁଗାର, ନଗଦ ୬୫ ଲକ୍ଷ ୩୨ ହଜାର ଟଙ୍କା, ୩ଟି ପିସ୍ତଲ, ୪୩ ରାଉଣ୍ଡ ଗୁଳି, ୭ ମାଗାଜିନ୍‌, ଗୋଟିଏ ଟଙ୍କା ଗଣିବା ମେଶିନ, ୪ଟି ମୋବାଇଲ ଫୋନ୍‌, ଏଟିଏମ୍‌ କାର୍ଡ ଓ ଗୋଟିଏ ଟାବ୍‌ଲେଟ ଜବତ କରିଥିଲା। ଏ ନେଇ ଏସ୍‌ଟିଏଫ୍‌ ଏକ ମାମଲା (ନଂ.୧/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।