BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭାଜପା ନେତାଙ୍କ ଉପରେ ବିଜେଡି ଆଣିଲା ହତ୍ୟା ଅଭିଯୋଗ

ଭୁବନେଶ୍ୱର,୨୩।୨(ବ୍ୟୁରୋ):  ଭାଜପା ନେତାଙ୍କ ବିରୋଧରେ ବିଜେଡି ହତ୍ୟା ଅଭିଯୋଗ ଆଣିଛି । ଭଦ୍ରକ ଜିଲା ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗୀର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତଙ୍କୁ ରାଜନୈତିକ ଆକ୍ରୋଶ ଯୋଗୁ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। ପ୍ରତାପ ସୋମବାର ରାତିରେ ଘରକୁ ଯାଉଥିବା ବେଳେ କେତେକ ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ପ୍ରତାପଙ୍କୁ କେତେକ ଭାଜପା ନେତା ହତ୍ୟା କରିଥିବା ବିଜେଡି ଅଭିଯୋଗ କରିଛି।
ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ପ୍ରମୁଖ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଏହି ହତ୍ୟାକାଣ୍ଡ ସମୟରେ ଉପସ୍ଥିତ ଥିବା ବିଜେଡି ଅଭିଯୋଗ କରିଛି। ତୁରନ୍ତ ମନମୋହନଙ୍କୁ ଗିରଫ କରିବାକୁ ବିଜେଡି ଦାବି କରିଛି। ମନମୋହନଙ୍କ ସମ୍ପୃକ୍ତି ନେଇ ଭିଡିଓ ଓ ପ୍ରମାଣ ପୋଲିସକୁ ଦିଆଯିବ ବୋଲି ବ୍ୟୋମକେଶ କହିଛନ୍ତି। ଏ ନେଇ ବିଜେଡିର ଏକ ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ପ୍ରରୋଚନାରେ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି। ପଞ୍ଚାୟତ ନିର୍ବାଚନ ହାରିବା ଭୟରେ ଭାଜପା ନେତା ଓ କର୍ମୀମାନେ ହିଂସାକୁ ଆପଣାଇଛନ୍ତି। ଗତ ଫେବୃୟାରୀ ୧୪ ତାରିଖରେ ଗଜପତି ଜିଲା ଗୋଷାଣି ବ୍ଲକର ଶ୍ରଦ୍ଧାପୁର ପଞ୍ଚାୟତର ଜଣେ ବିଜେଡି ସମର୍ଥକ ସରପଞ୍ଚ ପ୍ରାର୍ଥୀଙ୍କୁ ଭାଜପା ନେତା ଓ ତାଙ୍କ ସମର୍ଥକ ମରଣାନ୍ତକ ଆକ୍ରମଣ କରିଥିଲେ। ଫେବୃୟାରୀ ୨୦ ତାରିଖରେ ଯାଜପୁର ଜିଲାର ବିଞ୍ଝାରପୁରରେ ଜଣେ ଖବରଦାତାଙ୍କୁ ଭାଜପା ନେତା ଓ ସମର୍ଥକ ଆକ୍ରମଣ କରିଥିଲେ। ହିଂସାକାଣ୍ଡରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧି ଦଳ ଦାବି କରିଛି।