BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନାବାଳିକାକୁ ବଳତ୍କାର ପରେ ହତ୍ଯା

ନୂଆଦିଲ୍ଲୀ,୨୨।୨: ଦିଲ୍ଲୀର ନରେଲା ଅଞ୍ଚଳରେ ଏକ ଦୋକାନରୁ ୧୪ ବର୍ଷୀୟା ଝିଅଙ୍କ ଗଳିତ ମୃତଦେହ ମିଳିଛି। ଉକ୍ତ ନାବାଳିକାଙ୍କୁ ୯ ଦିନ ପୂର୍ବରୁ ଅପହରଣ କରାଯାଇଥିଲା। ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ପୋଲିସ କହିଛି। ଏହି ମାମଲାରେ ସୋମବାର ସକାଳେ ଜଣେ ୩୨ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତ ଜଣକ ଉକ୍ତ ଦୋକାନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୨ ତାରିଖରେ ନାବାଳିକାଙ୍କୁ ଅପହରଣ କରାଯାଇଥିଲା। ୩ ଦିନ ପରେ ପରିବାରର ଅଭିଯୋଗକ୍ରମେ ଅପହରଣ ମାମଲା ରୁଜୁ ହୋଇଥିଲା। ସାନୋଥ ଗ୍ରାମରେ ଥିବା ଏକ ଦୋକାନରୁ ଦୁର୍ଗନ୍ଧ ବାହାରୁଥିବା ଖବର ପାଇ ପୋଲିସ ସେଠାରେ ଅଖାରେ ବନ୍ଧାଯାଇଥିବା ମୃତଦେହ ଠାବ କରିଥିଲା। ଦୋକାନରେ ନିୟୋଜିତ ଥିବା ୟୁପି ହାର୍ଦୋଇ ଜିଲାର ଜଣେ ଶ୍ରମିକ କିଛିଦିନ ହେଲା ଅନୁପସ୍ଥିତ ଥିବା ଦୋକାନୀ ଜଣକ ପୋଲିସକୁ ଜଣାଇଥିଲେ। ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବା ପରେ ଏହି ଅପରାଧ ସହ ଅନ୍ୟ ଜଣେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ସେମାନେ ମେଟ୍ରୋ ବିହାରଠାରେ ମଦ ପିଇବା ପରେ ନାବାଳିକାଙ୍କୁ କାମ ଦେବା ନାଁରେ ଡକାଇ ବଳାତ୍କାର କରିଥିଲେ। ପରେ ପୀଡ଼ିତାଙ୍କ ଗଳାକୁ ସେ ପିନ୍ଧିଥିବା ପ୍ୟାଣ୍ଟରେ ଚାପି ହତ୍ୟା କରିଥିଲେ ବୋଲି ପୋଲିସ୍‌ କହିଛି।