BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଗିରଫ ହେଲେ କାଳିଚରଣ

ରାୟପୁର,୩୦ ।୧୨: ମହାତ୍ମା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣି ଦେଇଥିବା କାଳିଚରଣ ମହାରାଜଙ୍କୁ ଶେଷରେ ପୋଲିସ ଗିରଫ କରିଛି । ରାୟପୁର ପୋଲିସ ତାଙ୍କୁ ମଧ୍ୟପ୍ରଦେଶର ଖୁଜରାହୋରୁ ଗିରଫ କରିଛି । କାଳିଚରଣଙ୍କ ବିରୋଧରେ ଛତିଶଗଡ଼ଠାରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ମାମଲା ଦାୟର କରାଯାଇଛି । ମହାରାଷ୍ଟ୍ର ପୋଲିସ କିଛିଦିନ ହେବ କାଳିଚରଣଙ୍କୁ ଖୋଜୁଥିଲା । ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନ୍‌ସିପି ନେତା ଜିତେନ୍ଦ୍ର ଆହୱାଡ କାଳିଚରଣ ମହାରାଜଙ୍କ ନାଁରେ ଠାଣେ ପୋଲିସରେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ନିଜକୁ କାଳିପତ୍ର କହୁଥିବା କାଳିଚରଣ ରାୟପୁର ଧର୍ମ ସଂସଦରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ଅପଶବ୍ଦ କହିଥିଲେ । ଏହାପରେ ୨୭ ଡିସେମ୍ବରରେ ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ୮ ମିନିଟ ୫୧ ସେକେଣ୍ଡର ଏକ ଭିଡିଓ ଜାରି କରିଥିଲେ । ଏଥିର ସେ କହିଥିଲେ ମାହାତ୍ମା ଗାନ୍ଧୀଙ୍କୁ ନେଇ ସେ ଯେଉଁ ଅପଶବ୍ଦ କହିଥିଲେ ସେଥିରେ ତାଙ୍କର କୌଣସି ଅବଶୋଷ ନାହିଁ । ସେ କହିଥିଲେ ଗାନ୍ଧିଙ୍କୁ ନାଥୁରାମ ଗଡସେ ହତ୍ୟା କରିବା ଉଚିତ ଥିଲା ।