BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱରରେ ବଡ ଧରଣର ଡକାୟତି, ଲୁଟିନେଲେ କୋଟିଏ

ଭୁବନେଶ୍ୱର : ଭୁବନେଶ୍ୱର ଡ଼େଲଟା ଛକରେ ଥିବା ସୁନା ଦୋକାନରୁ ବଡ଼ ଧରଣର ଲୁଟ୍ । ଲକ୍ଷ୍ମୀ ନାରାୟଣ ନାମକ ଗହଣା ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । କୋଟିଏରୁ ଅଧିକ ଟଙ୍କାର ସୁନା ଓ ରୁପା ଗହଣା ଲୁଟ୍ ହୋଇଛି । ଚୋରୀ ସାମଗ୍ରୀ ମଧ୍ୟରେ ରହିଛି ୧ କେଜି ସୁନା, ୧୦କେଜି ରୁପା ଓ ଦେଢ଼ ଲକ୍ଷ ଟଙ୍କା । ଏନେଇ ଦୋକାନର ମାଲିକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

ଦୋକାନ ମାଲିକଙ୍କ ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦ଟାରେ ଦୋକାନ ବନ୍ଦ କରି ତାଙ୍କ ପୁଅ ଘରକୁ ଯାଇଥିଲେ । ରବିବାର ସକାଳେ ପହଞ୍ଚି ଦୋକାନର ମୁଖ୍ୟ ଗେଟ୍ ଓ ଶଟର ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ହେଲେ ଦୋକାନର ଲକର ଭିତରେ ଥିବା ଜିନିଷ ସୁରକ୍ଷିତ ଥିବା ଜଣାଯାଇଛି । ରାତିରେ ବର୍ଷା ଲାଗିରହିଥିବାବେଳେ ଏହାର ସୁଯୋଗ ନେଇ ଲୁଟେରା ଚୋରି କରିଥିବା ଅନୁମାନ କରାଯାଉଛି ।

ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ରାତିରେ ଦୋକାନର ଶଟର ଓ ଗ୍ରୀଲକୁ ଗ୍ୟାସ କଟରରେ କାଟି ଲୁଟେରାମାନେ ଲୁଟ୍ କରିଥିବା ଜଣାପଡ଼ିଛି । ଲୁଟେରାମାନେ ସିସିଟିଭି ତାରକୁ କାଟିଦେଇଥିବାବେଳେ ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରୁଇି । ଘଟଣାରେ କାହାକୁ ଏଯାଏଁ ଗିରଫ କରାଯାଇନାହିଁ । ରାଜଧାନୀର ପ୍ରମୁଖ ଛକରେ ଥିବା ଦୋକାନରୁ ଏତେ ବଡ଼ ଧରଣରୁ ଲୁଟ୍ ପରେ ବ୍ୟବସାୟୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।