BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଲେଡିସ୍ ଡ୍ରେସରେ ଘରେ ପଶି ମା , ଝିଅକୁ ଆକ୍ରମଣ।

ଭୁବନେଶ୍ବର’୧/୧୧(ବ୍ୟୁରୋ) ରାଜଧାନୀରେ ଅଭିନବ ଢଙ୍ଗରେ ଛୁରା ମାଡ। ଲେଡିସ ଡ୍ରେସରେ ଘରେ ପଶିଲେ ପଡୋଶୀ ଯୁବକ । ଶୈଳଶ୍ରୀ ବିହାରରେ ମା’ ଓ ଝିଅଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି ଜଣେ ଲେଡିସ ଡ୍ରେସ ପିନ୍ଧା ଯୁବକ। ସମ୍ପୃକ୍ତ ଯୁବକ ରୁପେଶ ପଣ୍ଡା ବିବାହିତ । ତେବେ ସେ କାହିଁକି ଏପରି ଲେଡିସ ଡ୍ରେସରେ ପଶିଲେ ତା’ର କାରଣ ଜଣାପଡ଼ି ନାହିଁ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଶୈଳଶ୍ରୀବିହାର ଭିଆଇଏମ-୧୮୬ ରୁହନ୍ତି ଅବସରପ୍ରାପ୍ତ ପ୍ରଫେସର ସୁରେଶ ମିଶ୍ରା, ଶାନ୍ତି ମିଶ୍ରା (୬୫), ଓ ଝିଅ ଅନନ୍ୟା ମିଶ୍ରା। ପଡୋଶୀ ଘର ୧୮୮ ରେ ରୁହନ୍ତି ରୁପେଶ ପଣ୍ଡା। ଶ୍ରୀଯୁକ୍ତ ମିଶ୍ରା ଘରେ ନଥିବାର ସୁଯୋଗ ନେଇ ରୁପେଶ ମୁହଁରେ ହେଲମେଟ ଲଗାଇ ଲେଡିଜ ଡ୍ରେସରେ ପଶିଥିଲେ। ପରେ ମା ଓ ଝିଅଙ୍କୁ ଆକ୍ରମଣ କରିଥିଲେ। ପ୍ରତି ଆକ୍ରମଣ ସହିତ ମା’ ଝିଅର ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ରଶିରେ ମା’ ଝିଅ ସମ୍ପୃକ୍ତ ଯୁବକକୁ ବାନ୍ଧିବା ପାଇଁ ଚେଷ୍ଟା କରିଥିଲେ। ଏକ ରଶି ପାଖରେ ପଡିଥିବା ବେଳେ ମାରଣାସ୍ତ୍ର ମଧ୍ୟ ପଡ଼ିଛି । ଘର ଫ୍ଲୋର ସମେତ ଘର ବାହାର ଚଟାଣ ରକ୍ତମୟ ହୋଇଛି। ଫଳରେ ଉଭୟ ମା’ ଝିଅ ସହ ଲେଡିଜ ଡ୍ରେସରେ ଆସିଥିବା ରୁପେଶ ପଣ୍ଡା ମଧ୍ୟ ଗୁରୁତର ହୋଇଥିଲେ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ରୁପେଶର ମା’ ଶାନ୍ତିଲତା ପଣ୍ଡା କହିଛନ୍ତି, ସ୍ଥାନୀୟ ଲୋକଙ୍କଠୁ ଜାଣିବାକୁ ପାଇଲେ ପୁଅର କାରନାମା ବିଷୟରେ। ପୁଅକୁ ଶାନ୍ତିଲତା ପଚାରିବାରୁ ପୁଅ କହିଲା ଯେ, ତାକୁ ତିନି ଜଣ ଯୁବକ ଭୟଭୀତ କରାଇ ଲେଡିଜ ଡ୍ରେସ ପିନ୍ଧାଇ ତାଙ୍କ ଘରେ ପଶିବାକୁ କହିଥିଲେ। ଏନେଇ ଏସିପି ପ୍ରକାଶ ପାଲ କହିଛନ୍ତି, ‘‘ଆମେ ଲେଡିଜ ଡ୍ରେସରେ ଯୁବକକୁ ଉଦ୍ଧାର କରିଛୁ ଓ ମା’ ଝିଅଙ୍କୁ ମଧ୍ୟ ଡାକ୍ତରଖାନା ପଠାଇଛୁ। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି। ସାଇଣ୍ଟଫିକ ଟିମ୍ ପହଞ୍ଚି ରକ୍ତ ନମୁନା‌ ସହ ରଶି, ଟୟ ଗନ, ଛୁରୀ ଜବତ କରିଛି।