BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ନକଲି ମଦ କାରଖାନା ଠାବ।

ଭଦ୍ରକ, ୨୩।୫ (ଵ୍ୟୁରୋ)- ବାସୁଦେବପୁର ବ୍ଲକର ଆର୍ତ୍ତୁଂ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦୀର୍ଘଦିନ ହେଲା ଚାଲିଥିଲା ନକଲି ବିଦେଶୀ ମଦ ତିଆରି କାରଖାନା। ସେମାନଙ୍କ ପାଖରେ ଥିଲା ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସ୍ପିରିଟ, କେମିକାଲ। କେବଳ ଏତିକି ନୁହେଁ ନକଲି ମଦକୁ ଭଲ ମୂଲ୍ୟରେ ବିକିବା ପାଇଁ ସେମାନେ ବହୁ ନାମୀଦାମୀ କମ୍ପାନୀର ଲୋଗୋ ଓ ଓଡ଼ିଶା ସରକାରଙ୍କ ଷ୍ଟିକର ମଧ୍ୟ ବ୍ୟବହାର କରୁଥିଲେ। ଖବର ପାଇ ରବିବାର ଚଢ଼ାଉ କରିଥିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ଓ ଜିଲା ଅବକାରୀ ବିଭାଗ। ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଆର୍ତ୍ତୁଂ ଗ୍ରାମର ଅକ୍ଷୟ ବେହେରା ଓ ପର୍ଶୁରାମ ସନ୍ଧିବିଗ୍ରହ। ସେମାନଙ୍କଠାରୁ ନଗଦ ୩୦ ହଜାର ଟଙ୍କା ସହ ୧୦୦ ଲିଟର ନକଲି ମଦ, ୫୦ ଲିଟର ସ୍ପିରିଟ୍‌, କେମିକାଲ, ବହୁ ନାମୀଦାମୀ କମ୍ପାନୀର ଲୋଗୋ, ଓଡ଼ିଶା ସରକାର, ମଦ କମ୍ପାନୀ ଷ୍ଟିକର, ବୋତଲ ଠିପି ଓ ଯନ୍ତ୍ରାଂଶ ଜବତ ହୋଇଛି। ଚଢ଼ାଉରେ ଇନ୍ସପେକ୍ଟର ଜଗଦୀଶ ସାମଲ, ସ୍ପନ୍ଦନ ମହାନ୍ତି, ସବ୍‌ଇନ୍ସପେକ୍ଟର ଶ୍ୟାମସିଂ ଭୋଇ ସାମିଲ ଥିଲେ। କାରଖାନାର ମାଲିକ ଫେରାର ଥିବା ଅଧିକାରୀମାନେ କହିଛନ୍ତି।