BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜଧାନୀ ଭୁବନେଶ୍ବରରୁ ବନ୍ଧୁକ ବେପାରୀ ଗିରଫ।

ଭୁବନେଶ୍ୱର,୨୨/୫(ବ୍ୟୁରୋ): ସଟଡାଉନରେ ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି । ଚେକିଂ ବ୍ଲକିଂ ମଧ୍ୟ କରାଯାଇଛି । ହେଲେ ଅପରାଧୀଙ୍କ ଡର ନାହିଁ । ଶନିବାର ସକାଳେ ବେଆଇନ୍ ବନ୍ଧୁକ ଓ ଗୁଳିଗୋଳା ବିକ୍ରି ପାଇଁ ଡିଲ୍ ବେଳେ ଏସଟିଏଫ୍ ଓ କମିଶନରେଟ୍ ପୋଲିସ ହାତରେ ଧରା ପଡ଼ିଛି ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ କୁମାର ସାହୁ । ଆଚାର୍ଯ୍ୟ ବିହାର ଛକ ନିକଟରୁ  ଏସଟିଏଫ ଓ କମିଶନରେଟ୍ ପୋଲିସର ମିଳିତ ଟିମ୍ ସଞ୍ଜୟକୁ ଗିରଫ କରିଛି । ତା ନିକଟରୁ ଗୋଟିଏ ୯ ଏମ୍ ଏମର ସ୍ୱୟଂଚାଳିତ ଦେଶୀ ବନ୍ଧୁକ ଓ ମାଗାଜିନ୍, ଗୋଟିଏ ରିଭଲବର, ୨ଟି ଏସବିଏମଏଲ୍ ଗନ୍, ୯ ଏମ୍ଏମର ୬ଟି ଗୁଳି, ୮ ଏମ୍ଏମର ୨ଟି ଗୁଳି ଓ ୩ଟି ଗୋଲାକାର ଗୁଳି ଜବତ କରାଯାଇଛି ।
ଏନେଇ ସହିଦନଗର ଥାନା କେସ୍ ନମ୍ବର ୨୧୪/୨୦୨୧ ସହ ଆର୍ମ୍ସ ଆକ୍ଟରେ ମାମାଲ ରୁଜୁ କରାଯାଇଛି । ବେଆଇନ୍ ଅସ୍ତ୍ରଶସ୍ତ୍ର ବିରୋଧରେ ଏସଟିଏଫ୍ ଅଭିଯାନ ଜାରି ରଖିଛି । ବର୍ଷକ ଭିତରେ ୩୧ଗୋଟି ବନ୍ଧୁକ ସହ ୬୯ଟି ଗୁଳି ଜବତ ସହ ଏକାଧିକ ଅପରାଧୀଙ୍କୁ ଗିରଫ କରିଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ ।