BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କଲେଜ ଛାତ୍ରୀଙ୍କୁ ବଳତ୍କାର।

ବ୍ରହ୍ମପୁର : କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ ହୋଇଛି ବ୍ରହ୍ମପୁର ଟାଉନ ଥାନାରେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ପୋଲିସ ଅପହୃତା ଛାତ୍ରୀଙ୍କୁ ପୁରୀରୁ ଉଦ୍ଧାର କରିଛି। ସୋମବାର ଉଭୟଙ୍କ ଏମ୍‌କେସିଜି ମେଡିକାଲ ଏଫଏମ୍‌ଟି ବିଭାଗରେ ଡାକ୍ତରୀମାଇନା କରାଯାଇଛି।

କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୋଲିସ ମାମଲା (ନଂ.୬୦/୨୧)ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ମିଳିଥିବା ସୂଚନା ଅନୁଯାୟୀ, ଫେସ୍‌ବୁକ ଜରିଆରେ ସେମାନଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଗତ ମାର୍ଚ୍ଚ ୩୧ରେ ଛାତ୍ରୀଜଣଙ୍କ କଲେଜ ଯିବା ପରେ ଆଉ ଫେରି ନ ଥିଲେ। ପରିବାର ଲୋକ ଖୋଜାଖୋଜି କରି ଝିଅକୁ ନ ପାଇ ଟାଉନ ଥାନାରେ ଏତଲା ଦେଇଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଯୁବକ ଜଣକ ପୁରୀରେ ଛାତ୍ରୀଙ୍କୁ ରଖିଥିବା ପୋଲିସ ମୋବାଇଲ ଟ୍ରାକିଂରେ ଜାଣିବାକୁ ପାଇଥିଲା। ସେଠାରେ ଯୁବକ ଜଣକ ଛାତ୍ରୀଙ୍କୁ ବଳାତ୍କାର କରିଥିବା ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ।