BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଝରାଫୁଲକୁ ହତ୍ଯା କରାଯାଇଛି?

ଯାଜପୁର ,୧୩।୪ ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟିଛି। ତାଙ୍କୁ ହତ୍ୟା କରାଯାଇଥିବା ଯାଜପୁର ଏସ୍‌.ପି. ରାହୁଲ ପି.ଆର. ସୋମବାର ଏକ ଭିଡିଓ କ୍ଲିପ୍‌ ଜାରି କରି ଜଣାଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ଓ ତାଙ୍କ ସହଯୋଗୀ ଅମରେଶ ରାଉତଙ୍କୁ ଗିରଫ କରାଯାଇଥିବାବେଳେ ଆଉ ଜଣେ ଅଭିଯୁକ୍ତ ପ୍ରାୟ ଅଢ଼େଇ ମାସ ହେଲା ଫେରାର ରହିଛନ୍ତି। ଭିଡିଓ କ୍ଲିପ୍‌ରେ ଏସ୍‌ପି କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ରାକେଶଙ୍କୁ ଅମରେଶ ସହଯୋଗ କରିଥିଲେ। ଭୁବନେଶ୍ୱର ଖଣ୍ଡଗିରି ଥାନା ଧର୍ମବିହାର ଅଞ୍ଚଳରେ ଥିବା ଶିବସାଇ ଓୟୋ ଗେଷ୍ଟହାଉସ୍‌ର ୨୦୧ ନମ୍ବର ରୁମକୁ ଅମରେଶ ବୁକ୍‌ କରିଥିଲେ। ଅମରେଶ ରାକେଶଙ୍କ ସାଙ୍ଗ, ସେମାନେ ଗୋଟିଏ ଗ୍ରାମର। ତେବେ ହତ୍ୟା କିପରି ହୋଇଛି ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ଫରେନ୍‌ସିକ୍‌ ଲ୍ୟାବର ତଥ୍ୟ ସଂଗ୍ରହ ଚାଲିଛି, ଯାହାକି ଏଭିଡାନ୍ସ ଷ୍ଟେଜରେ ଅଛି। ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିବାକୁ ପଦକ୍ଷେପ ନିଆଯାଉଛି। ଆବଶ୍ୟକ ପଡ଼ିଲେ ଗତ ରବିବାର କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ଅମରେଶଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି ରାହୁଲ କହିଛନ୍ତି। ଅମରେଶଙ୍କ ଭୁବନେଶ୍ୱର ଏୟାରଫିଲ୍ସ ଥାନା ଅନ୍ତର୍ଗତ ସୁନ୍ଦରପଦା ହାଟରେ ଏକ ଫାଷ୍ଟଫୁଡ୍‌ ଦୋକାନ ଥିବା ତଦନ୍ତ ବେଳେ ଜଣାପଡିଛି। ଘଟଣା ଦିନଠାରୁ ଅମରେଶ ଫାଷ୍ଟଫୁଡ୍‌ ଦୋକାନକୁ ବନ୍ଦକରି ଫେରାର ହୋଇଥିଲେ। ତାଙ୍କୁ ଗତ ଶନିବାର ଭୁବନେଶ୍ୱରରୁ ଗିରଫ କରାଯାଇଥିଲା।
ସୂଚନାଥାଉ କି, ଗତ ଜାନୁୟାରୀ ୨୬ ରାତିରେ ଝରାଫୁଲ ଓ ରାକେଶ ଶିବସାଇ ଓୟୋ ଗେଷ୍ଟହାଉସ୍‌ର ୨୦୧ ନମ୍ବର ରୁମ୍‌ରେ ରହିଥିଲେ। ସେଠାରେ ଝରାଫୁଲଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ରାକେଶ ଓ ତାଙ୍କ ସହଯୋଗୀ ମୃତଦେହକୁ ଆଣି ଯାଜପୁର ଜିଲା କୁଆଖିଆ ଥାନା ରାଜେନ୍ଦ୍ରପୁର ପଞ୍ଚାୟତର ଦିଆଲଖଣ୍ଡି ରାସ୍ତା ପାର୍ଶ୍ୱରେ ପିଙ୍ଗିଥିବା ପୋଲିସ ସିସିଟିଭି ଫୁଟେଜ୍‌ରୁ ଜାଣିବାକୁ ପାଇଥିଲା। ପୋଲିସ ରାକେଶଙ୍କୁ ଗିରଫ କରିଥିବାବେଳେ ତାଙ୍କ ସହଯୋଗୀ ତଥା ସମ୍ପର୍କୀୟ ଭାଇ ଶକ୍ତି ଶେଖର ଫେରାର ରହିଛନ୍ତି।