BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅଶ୍ଳୀଳ ଫଟୋ ଭାଇରାଲ ଧମକ୍ ଦେଇ ଯୁବକ ଗିରଫ।

ଭବାନୀପାଟଣା,୫।୨: ଭବାନୀପାଟଣାର ସହରର ଜଣେ ନାବାଳିକାଙ୍କୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ପୋଇବାଡି ଗ୍ରାମର ଜିତେନ୍ଦ୍ର ବେହେରା(୨୬) ହ୍ବାଟସ ଆପ୍‌ରେ ବ୍ଲାକମେଲିଂ କରି ଗିରଫ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ହ୍ବାଟସ ଆପ୍‌ରେ ବନ୍ଧୁତା ପରେ ମୋବାଇଲରେ ନିୟମିତ ଚାଟିଂ କରିବା ସହିତ ଭିଡିଓ କଲ୍‌ରେ କଥା ହେଉଥିଲେ। ନାବାଳିକାଙ୍କ ସରଳତା ସୁଯୋଗ ନେଇ ଜିତେନ୍ଦ୍ର କିଛି ଆପତ୍ତିଜନକ ଫଟୋ ମୋବାଇଲରେ ସଂଗ୍ରହ କରିଥିଲେ। ଯାହାକୁ ନେଇ ଜିତେନ୍ଦ୍ର ନାବାଳିକାଙ୍କୁ ବ୍ଲାକମେଲିଂ କରୁଥିଲେ। ଏହି ସମ୍ପର୍କରେ ନାବାଳିକା ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ପରିବାର ଲୋକେ ଭବାନୀପାଟଣା ଟାଉନ ଥାନାରେ ଏକ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୋଲିସର ଏକ ଟିମ୍‌ ପୋଇବାଡି ଗ୍ରାମରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଗିରଫ କରିଛି।